October 27, 2026

ଗଜପତି:- ସମ୍ଭାବ୍ୟ ବାତ୍ୟା ” ଅର୍ଣ୍ଣବ” ପାଇଁ ଜିଲ୍ଲାର ସମସ୍ତ ଜଳପ୍ରପାତ, ମହେନ୍ଦ୍ରଗିରି ପର୍ବତ, ବି:ଏନ୍: ପ୍ୟାଲେସ, ନଦୀକୂଳ ଓ ଭୂସ୍ଖଳନ ଅଞ୍ଚଳ ଯିବାକୁ ପ୍ରଶାସନର ବାରଣ

IMG-20261027-WA0061
Share

 

ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” ଗଜପତି ଜିଲ୍ଲାର ପଡ଼ୋଶୀ ତଥା ନିକଟରେ ଥିବା ଆନ୍ଧ୍ର ପ୍ରଦେଶର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ବର୍ତ୍ତମାନ୍ ବର୍ଷା ମଧ୍ୟ ଅବିରାମ ଭାବେ ଲାଗିରହିଛି । ଏହାକୁ ଦୃଷ୍ଟି ଆଗରେ ରଖି ଏବଂ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର କେତେକ ଅଞ୍ଚଳ ନି ଯିବାକୁ ତଥା ସମ୍ପୂର୍ଣ ବାରଣ କରାଯାଇ ବେରିକେଟ କରାଯାଇଛି। ସେହିଭଳି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲାର କେତେକ ପର୍ଯ୍ୟଟନ ଅଞ୍ଚଳ କୁ କିଛି ଦିନ ପାଇଁ ପର୍ଯ୍ୟଟକ ମାନଙ୍କୁ ନ ଛାଡିବାକୁ ଏବଂ ତାହା କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି ।

ମିଳିଥିବା ପ୍ରେସ ସୂଚନା ପ୍ରକାରେ ଜଣାଯାଇଛି ଯେ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଯୋଗୁଁ ଜିଲ୍ଲାବ୍ୟାପୀ ଲଗାଣ ବର୍ଷା ଲାଗିରହିଛି । ଲୋକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଦୀ ଅଞ୍ଚଳକୁ ଏବଂ ଭୂସ୍ଖଳନ ଅଞ୍ଚଳ ଆଡ଼େ ନ ଯିବାକୁ ସତର୍କ କରି ଦେଇଥିବା ସହ ସେ ଅଞ୍ଚଳରେ ବାଉଁଶ ବେରିକେଟ୍ ପକାଇ ଜଗୁଆଳି ରଖାଯାଇଛି ।

ସେହିଭଳି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲାର ସମସ୍ତ ଜଳପ୍ରପାତ ଅଞ୍ଚଳ ସମେତ ମହେନ୍ଦ୍ରଗିରି ପର୍ବତ ଓ ବି:ଏନ ପ୍ୟାଲେସ ମଧ୍ୟକୁ ପର୍ଯ୍ୟଟକ ମାନଙ୍କୁ ସାମୟିକ କାଳ ପାଇଁ ନ ଛାଡିବା ପାଇଁ ସତର୍କ କରାଯାଇ ବନ୍ଦ କରିଥିବା ଜଣାଯାଇଛି ।

ଏ ସମ୍ପର୍କରେ ଜିଲ୍ଲାର କାଶୀନଗର, ଗୁମ୍ମା, ରାୟଗଡ, ରା:ଉଦୟଗିରି, ନୂଆଗଡ ଓ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ (ବିଡିଓ) ମାନଙ୍କୁ ଜଣାଇ ଦିଆଯାଇଥିବା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଣାଯାଇଛି ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–

You may have missed