April 29, 2026

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ରାଜ୍ୟର ୪୧୪ ସରପଞ୍ଚ୍ ସମ୍ବଲପୁରରୁ ଲଲିତା ପ୍ରଧାନ ଓ ସୁନିତା କିଶାନ ରଖିଲେ ଗୌରବ…

uityi8
Share

ସମ୍ବଲପୁର,ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନାରେ ସମ୍ବଲପୁର ଜିଲ୍ଲାର ୨ ସରପଞ୍ଚ ଗତକାଲି ସମ୍ମାନୀତ ହୋଇଛନ୍ତି।

ନିଜ ପଞ୍ଚାୟତରେ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ରାଜ୍ୟର ୪୧୪ ଟି ଗ୍ରାମ ପଞ୍ଚାୟତ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଧମା ପଞ୍ଚାୟତର ସରପଞ୍ଚ ଲଲିତା ପ୍ରଧାନ ଓ କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତର ସରପଞ୍ଚ ସୁନିତା କିଶାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣପତ୍ର,ମେଡାଲ ଓ ଉତ୍ତରିୟ ପ୍ରଦାନ କରିବା ସହିତ ଆର୍ଥିକ ସହଯୋଗ ରାଶି ମଧ୍ୟ ପ୍ରଦାନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ନିଜସ୍ୱ ଉଦ୍ୟମରେ ପଞ୍ଚାୟତ ଭିତରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସରପଞ୍ଚ ମାନଙ୍କ ଭୂମିକାକୁ ସ୍ୱୀକୃତି ଦେବା ସ୍ୱରୂପ ମେଧାବୀ ଶିକ୍ଷାର୍ଥୀ,ପ୍ରଧାନ ଶିକ୍ଷକ,ଶିକ୍ଷକ/ଶିକ୍ଷୟତ୍ରୀ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ,ବିଦ୍ୟାଳୟ ପରିଚାଳନା କମିଟି,ପୁରାତନ ଛାତ୍ର କମିଟି,ପଞ୍ଚାୟତ ସମିତି,ବିଦ୍ୟାଳୟ ଭଳି ସମୁଦାୟ ୭୫୧୯ ଜଣଙ୍କ ଭିତରେ ସରପଞ୍ଚ ମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇ ଗତକାଲି ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଆୟୋଜିତ ଉତ୍ସବରେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି,୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ,ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଅସ୍ଵଥୀ ଏସ୍ ଓ ଓପେପାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ଏହି ୨ କୃତି ସରପଞ୍ଚ ଲଲିତା ଓ ସୁନିତାଙ୍କ ସହିତ ରାଜ୍ୟର ୪୧୪ ସରପଞ୍ଚ ମାନଙ୍କୁ ଏହି ଅବଦାନ ପାଇଁ ରାଷ୍ଟ୍ରିୟ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ ଅଭିନନ୍ଦନ ଜଣାଇବା ସହିତ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଏଭଳି ମହନୀୟ କାମ ପାଇଁ ପ୍ରଶଂସା ଜଣାଇଛନ୍ତି।