November 21, 2024

ଗୁଣୁପୁର ଇଡ଼ାଇ ଇଡିତାଲ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଘଟଣ ମଞ୍ଚ ଉପରକୁ ଢେଲା ପଥର ଓ ପାଣି ବୋତଲ ମାଡ଼ ପ୍ରଶାସନ ଓ ପୁଲିସ ଗଲେ କୁଆଡେ ?

Share

 

ଗୁଣୁପୁର,-ଗୁଣୁପୁର ଇତିହାସରେ ପ୍ରଥମ ଥର ପାଇଁ ଲୋକ ମହୋତ୍ସବ ଇଡ଼ାଇ ଇଡିତଲ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଘଟଣ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା କି ଉପଖଣ୍ଡ ପ୍ରଶାସନ ଓ ପୁଲିସର ଅନଭିଜ୍ଞତା କୁ ପଦାରେ ପକେଇ ଦେଇଛି । ଗତକାଲି ସନ୍ଧ୍ୟାରେ ଗୁଣୁପୁର ଚଇତି ମଣ୍ଡପରେ ଚଇତି ମହୋତ୍ସବ ଇଡ଼ାଇ ଇଡିତଲ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଏଥିରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷ ଆକର୍ଷଣ ଭାବେ ଓଲିଉଡ ଅଭିନେତ୍ରୀ ରିୟା ଦେ ମଧ୍ୟ ଯୋଗ ଦେଇଥିଲେ । ଅବଶ୍ୟ ରିୟା ଦେ ଙ୍କ କାର୍ଯ୍ୟକ୍ରମ ରାତ୍ରି ୯ ଟା ସୁଦ୍ଧା ଶେଷ ହୋଇଥିଲା । ତେବେ ସ୍ଥାନୀୟ କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ୧୨ ପର୍ଯ୍ୟନ୍ତ ଜାରୀ ରହିଥିଲା । ତେବେ ଗତକାଲି ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ଗୁଣୁପୁର ର ଏକ ମେଲୋଡି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ହଠାତ ଦର୍ଶକ ଗ୍ୟାଲେରୀ ରୁ ମଞ୍ଚ ଉପରକୁ ଇଟା, ପଥର, ପାଣି ବୋତଲ ମାଡ଼ କରାଯାଇଥିଲା । ଦର୍ଶକେ ମଞ୍ଚ ଉପରକୁ ଉଠି ଆସିଥିଲେ । ସେତେବେଳେ ନା କୌଣସି ସରକାରୀ ଅଧିକାରୀ ନା ପୁଲିସ କେହି ହେଲେବି ନ ଥିଲେ । ଯାହା ଫଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କେତେକ ଅସାମାଜିକ ବ୍ୟକ୍ତି ବିଶେଷ ମଦ୍ୟପାନ କରି ବିଶୃଙ୍ଖଳା ଘଟେଇଥିବା ଯୋଗୁଁ ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କରାଗଲା ବୋଲି ମେଲୋଡି ପରିଚାଳକ କହିଛନ୍ତି । ତେବେ ଉପଖଣ୍ଡ ପ୍ରଶାସନ ଏକ ସରକାରୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ କରେଇ ନ ପାରିବା ନିହାତି ନିନ୍ଦନୀୟ ଘଟଣା । ଯଦି କୌଣସି କଳାକାର ଙ୍କ କିଛି ଅସୁବିଧା ହୋଇଥାନ୍ତା ତାହା ହେଲେ କିଏ ଦାୟୀ ରହିଥାନ୍ତା ? କେଉଁ କାରଣ ପାଇଁ ପ୍ରଶାସନ ଓ ପୁଲିସ ସେଠାରେ ଉପସ୍ଥିତ ନ ଥିଲେ ଏହାର ତଦନ୍ତ ହେବା ଜରୁରୀ । ଏହାବ୍ୟତୀତ ପ୍ରଶାସନ କୁ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ପ୍ରଥମେ ବୈଠକ ଓ କାର୍ଯ୍ୟକ୍ରମ ର ସମୟ ସୀମିତ ରଖିବା, ବ୍ୟାରିକେଟ ଠିକ ଭାବେ ନିର୍ମାଣ, ମଦ ଦୋକାନ ବନ୍ଦ ଓ ମଦ୍ୟପାନ କରି ବିଶୃଙ୍ଖଳା ଆଚରଣ କରୁଥିବା ବ୍ୟକ୍ତି ଙ୍କୁ ଗିରଫ ,ମଞ୍ଚ ନିକଟରେ ଓ ଭିତରେ ବ୍ୟାପକ ପୁଲିସ ମୁତୟନ କରିବା ନିହାତି ଆବଶ୍ୟକ । ନଚେତ ଶାନ୍ତି ପ୍ରିୟ ଗୁଣୁପୁର ସହର ର ପରିଚୟ ମଳିନ ପଡିଯିବ ଏଥିପାଇଁ ପ୍ରଶାସନ ଓ ପୁଲିସ ହିଁ ଦାୟୀ ରହିବେ । ଏନେଇ ଗୁଣୁପୁର ଥାନା ଅଧିକାରୀ ଙ୍କୁ ପଚାରିବାରୁ ଆଜିଠାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।(ସୁରେନ୍ଦ୍ର ମହାନ୍ତି )