April 27, 2026

ଗଛରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

iu9u9o
Share

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ଚାକୁଣ୍ଡା ନିକଟ ଜଙ୍ଗଲରେ ଜଣେ ୧୮ବର୍ଷିୟଯୁବକ ଗଛରେ ଗାମୁଛା ବାନ୍ଧି ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ତାମ୍ପରଗୁଡା ଗ୍ରାମର ଲକ୍ଷ୍ମଣ କଲାକା(୧୮)।ସେ ଗତ ୫ଦିନ ହେଲା ନିଖୋଜ ଥିଲେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଚାକୁଣ୍ଡା ନିକଟ ଜଙ୍ଗଲରେ ଯୁବକ ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇବାକ୍ଷଣି ରାମନାଗୁଡା ଥାନା ଆଇଆଇସି ସୁନିତା ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ତଦନ୍ତ ଚଳାଇଛି। ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍ ସହାୟତାରେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ଜାରି ରହିଛି।ଏନେଇ ରାମନାଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ଏକ ନାବାଳିକାକୁ ନେଇ ଯୁବକ ଜଣକ ଚାଲିଯାଇଥିବା ଶୁଣିବାକୁ ମିଳିଥିବାବେଳେ ଏହା ପ୍ରେମ ଜନିତ ବ୍ୟାପାର ବୋଲି ଶୁଣିବାକୁ ମିଳିଛି।ଶବଵ୍ୟଵଛେଦ ପରେ ଏହାର ପ୍ରକୃତ କାରଣ ଜଣାପଡିବ।।