ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ଆଇନଜିବୀ
ତାଳଚେର, ୩୦/୧୦ ଆଜି ସକାଳ ୧୦ଘଟିକା ସମୟରେ ବରିଷ୍ଠ ଆଇନଜିବୀ ବସନ୍ତ ଶତପଥୀ ଘରୁ ବାହାରି ହାଟତୋଟା ସ୍ଥିତ କୋର୍ଟ ଅଭିମୁଖେ ଯାଉଥିବା ସମୟରେ ୧୪୯ନଂ ଜାତୀୟ ରାଜପଥ ବାଙ୍କଧରା ଛକ ନିକଟରେ ଏକଦ୍ରୁତଗାମୀ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ସ୍କୁଟିରୁ ଛିଟିକି ଅପରପାଶ୍ୱର୍ରେ ପଡ଼ି ଯାଇଥିଲେ । ସୌଭାଗ୍ୟବସତଃ ସେ ଟ୍ରକ ଚକତଳେ ନପଡ଼ି ଅନ୍ୟପାଖେ ପଡ଼ି ଯିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । ଏହି ଖବର ପ୍ରସାରିତ ହେବାପରେ ତାଳଚେର ଓକିଲ ସଂଘର ସଦସ୍ୟମାନେ ତୁରନ୍ତ ଘଟଣା ସ୍ଥଳର ପଂହଚିଥିଲେ । ପୋଲିସ୍ ସହାୟତାରେ ଶ୍ରୀ ଶତପଥୀଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଯିବା ସହ ଆଇନଜିବୀମାନେ ରାସ୍ତାରେ ଧାରଣା ଦେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ଘଟଣାକୁ ନେଇ ରାସ୍ତାର ଉଭୟପାଶ୍ୱର୍ରେ ଶହଶହ ଟ୍ରକ ଠିଆହୋଇ ରହିଥିଲା । ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ସ୍ଥାନୀୟ ଅଂଚଳକୁ ଆସି ସମ୍ପୂର୍ଣ୍ଣ ରାସ୍ତାର ମରାମତି ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଇଜିବୀମାନେ ନିଜ ଜିଦ୍ରେ ଅଟଳ ରହିଥିଲେ । ପରିସ୍ଥିତ ଜଟିଳ ହେବାରୁ ତାଳଚେର ଏସଡ଼ିପିଓ ଏବଂ ଥାନା ଅଧିକାରୀ ସେଠାରେ ପଂହଚି ଓକିଲମାନଙ୍କ ସହ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, ଏହି ୧୪୯ ଜାତୀୟ ରାଜପଥରେ ବଡ଼ବଡ଼ ଗର୍ତ ହେବାଯୋଗୁଁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ହେଁ ଏଥିପ୍ରତି ଏନଏଚଆଇ, ପ୍ରଶାସନ, ଲୋକପ୍ରତିନିଧି ମାନଙ୍କର ଆନ୍ତରିକତା ଅଭାବରୁ ଧନଜୀବନ ସୁରକ୍ଷିତ ନୁହେଁ ବୋଲି ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇବାରେ ଲାଗିଛି । ଏହି ରାଜପଥ ସଂପ୍ରସାରଣ ପାଇଁ ଠିକାକମ୍ପାନୀ ମନମାନି ଯୋଗୁଁ ସପ୍ତାହ ପୂର୍ବରୁ ଜଣକର ଜୀବନ ଯାଇଥିବା ବେଳେ ଆଉ ଜଣେ ବର୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି । ସେହିପରି ତାଳବେଡ଼ା ଗ୍ରାମ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଏହି ରାଜପଥରେ ପ୍ରାୟ ୧୫ରୁ ୨୦ଜଣଙ୍କର ଜୀବନ ଚାଲିଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଦୁର୍ଘଟଣା ଘଟିଗଲା ପରେ ପୋଲିସ୍ ଓ ଏସଡ଼ିପିଓ ଯେପରି ଘଟଣା ସ୍ଥଳରେ ପଂହଚି ଏନଏଚଆଇ ବିଭାଗ ଓ ଠିକାସଂସ୍ଥାକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ସେହିପରି କାହିଁକି ଯେ, ଦୁର୍ଘଟଣା ପୂର୍ବରୁ ଏହାର ସ୍ଥାୟୀ ସମାଧାନ ନକରି କେବଳ ତାରିଖ ପରେ ତାରିଖ ଦେଇ ମୁଣ୍ଡରୁ ଦୋଷ ହଟଉଛନ୍ତି ବୋଲି ବୁଦ୍ଧିଜିବୀ ମାନେ ମତପୋଷଣ କରୁଛନ୍ତି ।
