ଗଜପତି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ପ୍ରତିଯୋଗିତା ଅନୁଷ୍ଠିତ …..

ghctfdtd
Share

ଆଜି ଗଜପତି ଜିଲ୍ଲା ଅତିରକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ପ୍ରତିଯୋଗିତା ପାଣି ପଞ୍ଚାୟତ ଅବସରରେ ଅନୁଷ୍ଠିତ ହୋଇଥିଲା।ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା।ଏଥିରେ ଯେଉଁ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହେବେ ସେହି ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଚଳିତ ମାସ ନ’ତାରିଖ ଦିନ ଅନୁଷ୍ଠିତ ହେବ ସେଥିରେ ଅଂଶ ଗ୍ରହଣ କରିବେ।ଏହି ପ୍ରତିଯୋଗିତାରେ ବକୃତାରେ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ରୂପକ ରଥ ପ୍ରଥମ ହୋଇଥିବା ବେଳେ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମୁନା ବେହେରା ଓଡ଼ିଆ ନିବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରଖିଥିବା ସହ ଗୁମ୍ମା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ରୋଜାଲିନ ଭୂୟାଁ ଚିତ୍ରାଙ୍କନ ରେ ପ୍ରଥମ, ବି. ଏମ. ଉଚ୍ଚ ବିଦ୍ୟାଳୟ ଖାରଡ଼ାର ଦଶମ ଶ୍ରେଣୀ ଛାତ୍ରୀ ଗୀତାଞ୍ଜଳି ଛିଞ୍ଚାନି କୁଇଜ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହି ପ୍ରତିଯୋଗିତା ଗୁଡିକୁ ବିଚିତ୍ରା ନନ୍ଦ ବେବର୍ତା, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଆମୋସ ଲିମା,ଜଗନ୍ନାଥ ପଟ୍ଟନାୟକ ଓ କିଶୋର ଚନ୍ଦ୍ର ଦାସ ଶିକ୍ଷକ ମଣ୍ଡଳୀ ଏହାକୁ ସୁପରିଚାଳନା କରିଥିବା ବେଳେ ବିଭାଗୀୟ ଅଧିକାରୀ ରୋଜାଲିନ ପଟ୍ଟନାୟକ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ସସ୍ମିତା ସାହୁ ଦୁହେଁ ଏହି କାର୍ଯ୍ୟକ୍ରମ କୁ ତଦାରଖ କରିବା ସହ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ସଂଯୋଜନା କରିଥିଲେ।

You may have missed