April 29, 2026

ଚନ୍ଦନ କାଠ ସହ ମୋଟର ସାଇକେଲ ଜବତ ଆସାମୀ ଫେରାର ….

iuiojhgug
Share

ଗଜପତି ଜିଲ୍ଲା ମୋହନା ବନ ବିଭାଗ କର୍ମଚାରୀ ରାତ୍ର ପହରା ଦେବା ବେଳେ ମୋହନା ବ୍ଲକର ତଲାସିଙ୍ଘ ଠାରେ ଜଣେ ବ୍ୟକ୍ତି ମୋଟର ସାଇକେଲ ରେ ଦୁଇ ଗଡି ଯାହାର ଓଜନ ତିରିଶ କେଜି ହେବ ଜବତ କରିଛନ୍ତି।ଆସାମୀ ମୋଟର ସାଇକେଲ ଛାଡି ଗାଡିର ଚାବି ନେଇ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି।ଚନ୍ଦନ କାଠର ଆନୁମାନିକ ମୂଲ୍ୟ କୋଡିଏ ହଜାର ହେବ ବୋଲି ଅନୁମାନ କରିଛି ବିଭାଗ।ରାତ୍ର ପହରା ସମୟରେ ମୋହନା ପୋଲିସ ଓ ବନ ବିଭାଗ ମିଳିତ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଜବତ ହୋଇଛି ବହୁ ମୂଲ୍ୟବାନ ଚନ୍ଦନ କାଠ।ଏହି ସମୟରେ ମୋହନା ବନ ବିଭାଗ ଫରେଷ୍ଟର ଦେବାଶିଷ ଶତପଥି, ଗଙ୍ଗାଧର ଭୂୟାଁ, ବର୍ଷା ରାଣୀ ପଟ୍ଟନାୟକ, କେଦାର ବେହେରା ପ୍ରମୁଖ ଥିବା ବେଳେ ମୋହନା ରେଞ୍ଜର କଳ୍ପନା ନାୟକ ଏବଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ପ୍ରମୁଖ ନିର୍ଦେଶରେ ଜବତ ହୋଇଥିବା ପ୍ରକାଶ।