April 29, 2026

ଗଛକୁ ପୂଜା କରି ରାଖି ବାନ୍ଧିଲେ ମହିଳା

IMG-20230831-WA0028
Share

ଗଛକୁ ପୂଜା କରି ରାଖି ବାନ୍ଧିଲେ ମହିଳା

ହାଟଡିହି, ୩୧/୮: ହାଟଡିହି ବ୍ଲକ୍ ପଥରଗଦାରେ ଅଭିନବ ଉପାୟରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗାଁର ଯୁବତୀ ଓ ମହିଳାମାନେ ଗଛକୁ ପୂଜାର୍ଚ୍ଚନା କରି ଗଛରେ ରାଷ୍ଟ୍ର ବାନ୍ଧିଛନ୍ତି । ସେମାନଙ୍କ କହିବା କଥା ଯେ, ବୃକ୍ଷ ହିଁ ଜୀବନ, ବୃକ୍ଷ ନଥିଲେ ଆମେ ବଞ୍ଚି ନଥାନ୍ତେ। ଏହି ବୃକ୍ଷ ଆମକୁ କେତେ କ’ଣ ଦେଉଛି। ତେଣୁ ଆମେ ମଧ୍ୟ ଏଠାରେ ଏକ ସୁନ୍ଦର ଜଙ୍ଗଲ ସୃଷ୍ଟି କରି ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଉଛୁ। ଗଛ ହିଁ ଆମର ଭାଇ ସଦୃଶ। ତେଣୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆମେ ବୃକ୍ଷକୁ ଭାଇବୋଲି ବିବେଚନା କରି ରାକ୍ଷାବନ୍ଧନ କରିଛୁ । କାର୍ଯ୍ୟକ୍ରମରେ ମାନି ହାଁସଦା, ସୁରୁବାରୀ ହେମ୍ବ୍ରମ, ବାରି ହେମ୍ବ୍ରମ, ଚମ୍ପା ମୁର୍ମୁ, ତରା ବାସ୍କେ, ରେବତୀ ମାରାଣ୍ଡି, ସୁଗି ସୋରେନ, କୁନି ମୁର୍ମୁ, ମାଣିକ ମୁର୍ମୁ, ଲିଚୁ ମୁର୍ମୁ, ଫୁଲ ହାଁସଦାଙ୍କ ସମେତ ଅନେକ ମହିଳା ଓ ଯୁବତୀ ଯୋଗଦେଇଥିବାବେଳେ ହଦଗଡ ରେଞ୍ଜର ମାର୍ସଲ କିନ୍ତୁ, ହଦଗଡ ଫରେଷ୍ଟର କେଦାର ପାତ୍ର, ଫରେଷ୍ଟଗାର୍ଡ ଅମରେନ୍ଦ୍ର ନାଥ, ଓମବାଡସିର ଟିମ୍ ଲିଡର ବିଜୟ କୁମାର ସାହା, ଡି.ଓ ବିବେକାନନ୍ଦ ପଣ୍ଡାଙ୍କ ସମେତ ବହୁ ବନକର୍ମଚାରୀ ଯୋଗଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ

You may have missed