November 26, 2024

ସ୍ୱାୟତ ଶାସନ ଦିବସ ପାଳନ : ସଫେଇ କର୍ମଚାରୀଙ୍କୁ ଭୁଲିଗଲେ ସଭାସାଙ୍ଗ ପରେ ସମ୍ବର୍ଦ୍ଧନା

Share

ଗୁଣପୁର -( ସୁରେନ୍ଦ୍ର ମହାନ୍ତି ) ଗୁଣପୁର ପୌର ପରିଷଦ ତରଫରୁ ତା. ୩‍୧.୦୮.୨୦୨୩ ଦିନ “ସ୍ଵାୟତ୍ତ ଶାସନ ଦିବସ” ପାଳନ କରାଯାଇଅଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇ ଏକ ସବୁଜ ସ୍ୱଚ୍ଛ ଗୁଣୁପୁର ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ବାବୁଲି ନାୟକ,ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟସମ୍ପୂର୍ଣ୍ଣ। ରାଉତ, ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ସଭା ପରିଚାଳନା କରିଥିଲେ। ସକାଳୁ ରାମଧୁନ, ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅପ୍ରଣ,ଉପଖଣ୍ଡ ଚିକିତ୍ସାଳୟରେ ଫଳ ଓ ମିଷ୍ଟାନ ବଣ୍ଟନ, ପୋୖର କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସହ ସାଧାରଣ ସଭା, ପୁରସ୍କାର ବିତରଣ, ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଥିଲା । ଗୁଣୁପୁର ପରିବେଶ କିପରି ସଫା ରଖିବା,ସୁସ୍ଥ ରଖିବା ଓ ସଠିକ ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ଧ୍ୟାନ ଦେବା ପାଇଁ ଅତିଥି ମାନେ ମନ୍ତବ୍ୟ ଦେଇଥିଲେ। ଏହି ସବୁ କାର୍ଯ୍ୟକୁ ସଫଳ କରିବା ପାଇଁ ମିଳିମିଶି ପରସ୍ପରକୁ ସହଯୋଗ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲା । ତେବେ ଏକ ବ୍ୟତିକ୍ରମ ଏହି ସଭାକୁ ପାଣିଚିଆ କରିଥିଲା । ପ୍ରତିବର୍ଷ ସଫେଇ କର୍ମଚାରୀ ଙ୍କୁ ପୋଷାକ ଦେଇ ସମ୍ବର୍ଦ୍ଧିତ କରାଯାଉ ଥିଲା । ଚଳିତ ସଭା ଶେଷ ହେବା ପରେ ମଧ୍ୟ ସଫେଇ କର୍ମଚାରୀ ଙ୍କୁ ଡକାଯାଇ ନ ଥିଲା । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସଫେଇ କର୍ମଚାରୀ । ଅସନ୍ତୋଷ ବଢିବାରୁ ଉପାଧ୍ୟକ୍ଷ ଶ୍ରୀ ଗୌଡ଼ ତୁମ ମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା ଭୁଲରେ ଭୁଲିଯାଇଥିଲୁ ଏବେ ନେଇଯାଅ ବୋଲି କହିଥିଲେ । ତେବେ ସଭା ଶେଷ ଓ ବିନା ଅତିଥି ରେ ଦେଲେ କି ମର୍ଯ୍ୟାଦା ରହିଲା ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed