September 20, 2026

ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ଗଞ୍ଜାମ ଏନଏସି ଗ୍ରସ୍ତ l

IMG-20230829-WA0033
Share

ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ଗଞ୍ଜାମ ଏନଏସି ଗ୍ରସ୍ତ l
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ରାଜ୍ୟ ମୁକ୍ତା ଯୋଜନା ରାଜ୍ୟ ଉପଦେଷ୍ଟା ଇସ୍ପିତା ସାହୁ ଗଞ୍ଜାମ ଏନଏସି ସଭା ଗୃହ ଠାରେ ମୁକ୍ତା ଯୋଜନା ସମୀକ୍ଷା କାର୍ଯ୍ୟକ୍ରମ ମହିଳା ଗୋଷ୍ଠୀ ମା ମାନଙ୍କ ସହ ଆଲୋଚନା କରିଥିଲେ l ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି,ଯୁବ ସଭାପତି ସୁଧୀର କୁମାର ପାଢ଼ୀ,ଏନଏସି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, କାଉନସିଲର ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ବିଭିନ୍ନ ୱାର୍ଡର ମହିଳା ଗୋଷ୍ଠିଙ୍କୁ ମୁକ୍ତା ଯୋଜନା ଓ ଏହାର କାର୍ଯ୍ୟ ସମ୍ପର୍କରେ ରାଜ୍ୟ ଉପଦେଷ୍ଟା ପଚାରି ବୁଝିଥିଲେ l ମୁକ୍ତା ଯୋଜନାରେ ମହିଳା ମାନେ କିଭଳି ରୋଜଗାର କ୍ଷମ ହେଇପାରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନା ମା ମାନଙ୍କ ପାଇଁ କାହିଁକି ଆଣିଥିଲେ ମୁକ୍ତା ଯୋଜନା କେବେଠାରୁ ଆରମ୍ଭ ହୋଇଥିଲା ମା ମାନଙ୍କୁ କହିଛନ୍ତି l ନିଜକାମ ନିଜେ କରିବା କାମ ୱାର୍କଅଡର ନେଲା ପରେ କାମକୁ ତଦାରଖ କରିବେ ଯଦି ଠିକାଦାର ମାନଙ୍କୁ କାମ ଦେଇ ଥାନ୍ତି ଖବର ପାଇବା ପରେ ସେହି ମହିଳା ଗ୍ରୁପ କୁ ସବୁଦିନ ପାଇଁ ଆଉ କାମ ଦିଅ ଜିବି ନାହଁ l ଏହାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ମହିଳା ସ୍ୱଚ୍ଛ ସାଥୀ ଓ ୱାର୍ଡ ଅଫିସର ମାନଙ୍କୁ ରାଜ୍ୟ ଉପଦେଷ୍ଟା ବୁଝାଇଥିଲେ l ଏହି ଏନଏସିରେ ମୁକ୍ତା ଯୋଜନା ଠିକ ଚାଲିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏକାଉଣ୍ଟଣ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି, କନିଷ୍ଠ ଯନ୍ତ୍ରୀ ,ଏନଏସି ଗୋଷ୍ଠୀ ସାଙ୍ଗଠିକା ସ୍ୱପ୍ନା ରାଣୀ ମହାପାତ୍ର, ସିଏମଏମ ଭାଗ୍ୟଶ୍ରୀ ନାୟକ, କମଳାକାନ୍ତ ଦାସ, ସାନିଟେସନ ଏକ୍ସପଟ ସୁମିତ୍ ବେହେରା, ମୁକ୍ତା ଅଧିକାରୀ ଚିନ୍ମୟ ପୃଷ୍ଟି, ଟ୍ୱିଟୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏନ ଏ ସି ପକ୍ଷରୁ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା ଆସନ୍ତା ଅଗଷ୍ଟ 31 ସ୍ୱାୟତ୍ତ ଶାସନ ଦିବସ ଅବସରରେ ସେମାନଙ୍କୁ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଏନଏସି ପକ୍ଷରୁ ଇଓ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l