November 25, 2024

ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିକ ଓଡିଶା ମଧ୍ୟାନ ଭୋଜନ

Share

ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିକ ଓଡିଶା ମଧ୍ୟାନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ଛ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ଵରେ କାଶୀପୁର ବିଡ଼ିଓ ଙ୍କୁ ଦାବି ପତ୍ର
23 8 2023 ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଆଜି ନିଖିଳଓଡିଶା ମଧ୍ୟାନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ କାଶୀପୁର ବ୍ଲକ ସଭାପତି ଶ୍ରୀ ସଂଯୁକ୍ତା ବିଶୋଇ ଙ୍କ ସହ ନିରଞ୍ଜନ ପାତ୍ର ଯୋଗେନ୍ଦ୍ର ସ୍ବାଇଁ ନିଖିଳ ଓଡିଶା ମଧ୍ୟନ ଭଜନ ପାଚକ ପାଚିକା ମହାସଂଘ ସଭାପତି ଦୟମନ୍ତି ମାଝୀ ଖଗେଶ୍ବର ସିଂ ଅମ୍ବିକା ପ୍ରଧାନୀ ସୁବସିନୀ ନାୟକ ରୁକମଣି ପାତ୍ର ସୁଭଦ୍ରା ଦାସ ଉର୍ମିଳା ଗୁରୁ ଙ୍କନେତୃତ୍ୱ ରେ ପ୍ରାୟ ଏକହଜାର ମହିଳା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କାଶୀପୁର ବିଡ଼ିଓ ମନୀଷା ଦାସଙ୍କୁ ଏକ 6 ଦଫା ଦାବିପତ୍ର ପ୍ରଦାନ କରିଥିଲେ ଉକ୍ତ ଦାବି ଗୁଡିକ ମଧ୍ଯ ରୁ (1 )ଦୀର୍ଘଦୁଇ ଦଶନ୍ଧି ଧରି ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ମଧ୍ୟାନ ଭୋଜନ ରୋଷେଇ କରି ନିରବ ଛିନ୍ନ ସେବା ଯୋଗାଇ ଆସୁଥିବା ପାଚକ ପାଚିକା କର୍ମଚାରୀ ଙ୍କୁ ଆଜି ଯାଏ କୌଣସି ନିଯୁକ୍ତି ପତ୍ର କିମ୍ବା ପରିଚୟ ପତ୍ରଦିଆଯାଉ (2) ପାଚିକା ମାନେ ସ୍କୁଲରେ8ଘଣ୍ଟା ଠାରୁ ପ୍ରବେଶ କରି ସ୍କୁଲ ସଫା ସୁତରା ସହିତ ଜଳ ଯୋଗାଣ ଓ ମଧ୍ୟାନଭୋଜନ ପରିବେଷଣ କରୁଥିବା ବେଳେ ମାତ୍ର46.66 ପଇସା ପାଉଥିବା ବେଳେ ଏହାକୁ ବୃଧିକରି ସର୍ବନିମ୍ନ 333 ଟଙ୍କାହିସାବରେ ମାସିକ 10 010 ଟଙ୍କା ଦିଆଯାଉ( 3) ସରକାର ଙ୍କ ଦ୍ଵାରା ଘୋଷିତ2000 ଟଙ୍କା ପାରିଶ୍ରମିକ ବଦଳରେ ଏ ଯାଏଁ ମାତ୍ର14ସହ ଟଙ୍କା ମିଳୁଥିବା 2018ରୁ ବଳକା ଘୋଷିତ ପ୍ରତେକ ମାସର ଛ ସହ ହିସାବରେ ତିରିଶ ହଜାର ରୁ ଅଧିକ ଟଙ୍କା ତୁରନ୍ତ ପଇଠ କରାଯାଉ (4)ପାଚକ ପାଚିକା ମାନଙ୍କୁ ସ୍କୁଲ କମିଟି (s m c)ଏବଂ (s h g)ନିୟନ୍ତ୍ରଣ ରୁ ମୁକ୍ତ ରଖି ।ସରକାରପାଚକ ପାଚିକା ମାନଙ୍କୁ ନିଯୁକ୍ତି ଓ ବାହାର କରିବା କାର୍ଯ୍ୟ ନିଜ ନିୟନ୍ତ୍ରଣ ରେ ରଖନ୍ତୁ (5)60ବର୍ଷୀୟ ଅଧିକ ବୟସ୍କ ମାନଙ୍କୁ କାର୍ଯ୍ୟ ରୁ ଅବସର ଦିଆଯିବ ତାହେଲେ ତାଙ୍କ ପରିବାରରୁ ଜଣଙ୍କୁ ପୁନଃ ନିଯୁକ୍ତି ଦିଆ ଯାଉ( 6)ବର୍ତ୍ତମାନ ଯାହା ପାରିଶ୍ରମିକ ମିଳୁଛି ଠିକ ସମୟରେ ମିଳୁ ନଥିବା ଯୋଗୁଁ ପ୍ରତେକ ମାସର ପ୍ରଥମ ସପ୍ତାହ ରେ ଉକ୍ତ ପାରିଶ୍ରମିକ କୁ ଦେବା ସଙ୍ଗେ ସଙ୍ଗେ ଖରା ଛୁଟି ରେ ଦେଉନଥିବା ପାରିଶ୍ରମିକ କୁ ମଧ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବିପତ୍ର ଦେଇଥିଲେ ରାୟଗଡା ରୁ ରବିରାଜ ବୈଦ୍ୟଙ୍କ ରିପୋର୍ଟ