August 24, 2026

କଟକ ବଡ଼ ମେଡ଼ିକାଲକୁ ଶରୀର ଦାନ ପାଇଁ ଇଛା ପତ୍ରରେ ସଙ୍କଳ୍ପ

IMG-20230820-WA0014
Share

କଟକ ବଡ଼ ମେଡ଼ିକାଲକୁ ଶରୀର ଦାନ ପାଇଁ ଇଛା ପତ୍ରରେ ସଙ୍କଳ୍ପ

ରଣପୁର( ଆ.ପ୍ର)”ଓଡ଼ିଶା ଜୀବନ ଦାନ ଅଭିଜାନ ” ତରଫରୁ ଅଗଷ୍ଟ ୨୦ ତାରିଖ ରେ ଶରଣକୁଳ ଯାତ୍ରୀ ନିବାସ ଠାରେ ବିଶିଷ୍ଟ ଲେଖକ ବିଶ୍ବନାଥ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶରୀର ଦାନ ସଙ୍କଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା। ଜୀବନ ଦାନ ଅଭିଯାନର ରାଜ୍ୟ ସଂଯୋଜକ ଦେବେନ୍ଦ୍ର ସୂତାର ଶରୀର ଦାନ ଏକ ମହତ ଦାନ ସମ୍ପର୍କରେ ସଚେତନ କରିବା ସହ ଏହି କାର୍ଯ୍ୟକୁ ଜିଲ୍ଲାରେ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ନୟାଗଡ ଜିଲ୍ଲା ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ନବାଗତ ସୂଚାରୁ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶରୀର ଦାନ କରିଥିବା ୨୫ ଜଣଙ୍କୁ ଉପ ଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲା ବେଳେ ଶରୀର ଦାନ ପାଇଁ ଉତ୍ସାହିତ କରିଥିଲେ । ରଣପୁର ଅଞ୍ଚଳର ସମାଜସେବୀ ସୁରେଶ ସ୍ବାଇଁ ଓ ସଞ୍ଜୁକ୍ତା ସେଠୀ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ଆଲୋଚକଙ୍କ ଆଲୋଚନା ରେ ଉତ୍ସାହିତ ହୋଇ ମେଡ଼ିକାଲ କଲେଜର ଡାକ୍ତରୀ ଛାତ୍ର ମାନେ ପାଠ ପଢିବା, ଚିକିସ୍ଚା ବିଜ୍ଞାନର ବିକାଶ ସହ ପୀଡ଼ିତ ମାନଙ୍କୁ ଅଙ୍ଗଦାନ ପାଇଁ ଇଛା ପତ୍ରରେ ସ୍ଵାକ୍ଷର କରି ସଙ୍କଳ୍ପ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ପରିଡା ଓ ତାଙ୍କ ସହଧର୍ମିଣୀ ଲିଲିବାଳା ପରିଡା ମଧ୍ୟ ଶରୀର ଦାନ ପାଇଁ ଇଛା ପତ୍ରରେ ସ୍ଵାକ୍ଷର କରିଛନ୍ତି। ଏହି ସେବା ମୂଳକ କାର୍ଯ୍ୟକୁ ରଣପୁର ଅଞ୍ଚଳରେ ସଫଳ କରିବା ସହ ଆଗ୍ରହୀ ବ୍ୟକ୍ତି ବିଶେଷ ଙ୍କୁ ଅଙ୍ଗଦାନ ଓ ଶରୀରଦାନରେ ସାମିଲି କରିବାକୁ ସଙ୍କଳ୍ପ ଶିବିର ରଣପୁର ରେ ଅନୁଷ୍ଠିତ କରିବାକୁ ଶ୍ରୀ ଯୁକ୍ତ ସ୍ବାଇଁ ଅଙ୍ଗୀକାର କରିଛନ୍ତି।

You may have missed