November 24, 2024

ଗଜପତି:- ଓଡିଶା’ର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ’ଙ୍କ ୧୨୧ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ଓଡିଶା’ର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ’ଙ୍କ ୧୨୧ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-
ଓଡ଼ିଶା’ର ସଂସ୍କୃତି ପୁରୁଷ ,  ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ’ଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ’ର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟ’ରେ ଅନୁଷ୍ଠିତ ହୋଇଯାଇଛି ।
ଉତ୍କଳ ହିତ୍ୟେଷିଣୀ ସମାଜ’ର ସଭା ଗୃହ ଠାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ’ର ସଭାପତି ତଥା ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ସଭାପତିତ୍ବ’ରେ ଏହି କାର୍ଯ୍ୟକ୍ରମ’ରେ ଉଦଘାଟକ ଭାବେ ଗଜପତି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ମୁଖ୍ୟଅତିଥି ଭାବେ ଓଡ଼ିଶା’ର ଲବଧ ପ୍ରତିଷ୍ଠ ଶ୍ରୀମନ୍ଦିର ଗବେଷକ ଡ଼ଃ ଭାସ୍କର ମିଶ୍ର ଯୋଗଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁ’ଙ୍କ ବିଭିନ୍ନ କୃତୀ ଜପରେ ଆଲୋଚନା କରି ସେ ଏକାଧାର’ରେ ଜଣେ ସଂସ୍କୃତି ପୁରୁଷ , ଐତିହାସିକ , ପଣ୍ଡିତ  , ପ୍ରତ୍ନତତ୍ତ୍ୱ ଓ ଲବ୍ଧପ୍ରତିଷ୍ଠିତ ଲିପିତତ୍ତ୍ୱବିଦ ,  ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ , କୁଟନିତିଜ୍ଞ ସମାଲୋଚକ , ମହାନ୍ ସମାଜ ସେବୀ ଓ  ସଂସ୍କାରକ ଥିଲେ ବୋଲି  କହିଥିଲେ ।
ମୁଖ୍ୟତଃ  ଓଡିଶା’ର ଧର୍ମ , ସାହିତ୍ୟ ଓ ସଂସ୍କୃତି’ର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ  ରାଜଗୁରୁ’ଙ୍କ ଯଶ-କୀର୍ତ୍ତି କେବଳ ଓଡିଶା’ରେ ସୀମିତ ନ ଥିଲା ,  ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସର’ରେ ପୁରୀ’ରୁ ଆସିଥିବା ଲବ୍ଧ ପ୍ରତିଷ୍ଠ ଶ୍ରୀ ମନ୍ଦିର ଗବେଷକ ଡ଼ଃ ଭାସ୍କର ମିଶ୍ର’ଙ୍କ ଦ୍ଵାରା ପଦ୍ମଶ୍ରୀ ଡ଼ଃ ରାଜଗୁରୁ’ଙ୍କ ଜୀବନୀ ଆଲୋଚନା କରା ଯାଇଥିବା ବେଳେ ଡ଼ଃ ଭାସ୍କର ମିଶ୍ର’ଙ୍କୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ମାନପତ୍ର ପାଠ କରିଥିଲେ– ଶ୍ରୀମତୀ ସ୍ନିଗ୍ଧା ମିଶ୍ର ।
ପରେ ଏହି ଅବସର’ରେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ’ଙ୍କ ମନୋରମା କାବ୍ୟ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ଶ୍ରୀ ଭାଗବତ ପାଢ଼ୀ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପ୍ରଥମ:- ଅନିତା ରଇତ , ଦ୍ଵିତୀୟ:- ରାଜେଶ୍ୱରୀ ସ୍ୱାଇଁ ଓ ବର୍ଷା ରାଉତ ଏବଂ ତୃତୀୟ:- ପାଏଲ ପାତ୍ର ପ୍ରମୁଖ ଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା । ।
ଆଜି ପ୍ରାତଃ ସମୟରେ ଏହି ଅବସର’ରେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରେ ଥିବା ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ’ଙ୍କ ପ୍ରତିମୂର୍ତ୍ତି ଉପରେ ଉତ୍କଳ ହିତ୍ୟେଷିଣୀ ସମାଜ’ର କର୍ମକର୍ତ୍ତା ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
ଏହି ସାରସ୍ଵତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଆବାହନ କରିଥିଲେ ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର । ସ୍ଵାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର । ସାରସ୍ଵତ ସଭା କାର୍ଯ୍ୟକ୍ରମ’କୁ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଉତ୍କଳ ହିତ୍ୟେଷିଣୀ ସମାଜ ଅନୁଷ୍ଠାନ’ର ସମ୍ପାଦକ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ବିବରଣୀ ପାଠ କରିବା ସହ ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ।
ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ , ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ’ର କଳାକାର ମାନେ । ଶେଷରେ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀ ଭାରତ ଭୁଷଣ ମହାନ୍ତି ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————