June 22, 2026

ବିରିତୋଳ ପଞ୍ଚାୟତ ରେ ବସୁଧା ଯୋଜନା ବିପର୍ଯ୍ୟସ୍ତ : ସମସ୍ତଙ୍କୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହେଉନାହିଁ କାର୍ଯ୍ୟକାରୀ     

IMG-20260622-WA0066
Share

—————————————– — ତିର୍ତ୍ତୋଲତା 22/6/2026 ବସୁଧା ଯୋଜନାରେ ସମସ୍ତଙ୍କୁ ପାନୀୟଜଳ ଯୋଗାଣ ନିମନ୍ତେ ସରକାର ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଚାଲିଥିବା ବେଳେ, ବାସ୍ତବକ୍ଷେତ୍ରରେ ଏହାର ଯଥାର୍ଥ କାର୍ଯ୍ୟକାରୀ ହୋଇପାରୁନାହିଁ l ଏହା ଏକ ବିକଳଚିତ୍ର ଦେଖିବାକୁ ମିଳିଛି, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ବସୁଧା ଯୋଜନାରେ ନିର୍ମିତ ହୋଇଥିବା ଏହି ପାଣିଟାଙ୍କି ରେ l ଘରେଘରେ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ଏହି ପଞ୍ଚାୟତ ର କେତେକ ରାଜସ୍ବଗ୍ରାମ କୁ ପାଇପବିଛା କାମ ଶେଷ ହୋଇଥିବାବେଳେ ଆଉ କେତେକ ପଡାଗ୍ରାମ ଓ ବସ୍ତିମାନଙ୍କରେ ଏହି ସୁବିଧା ଉପଲବ୍ଧ ହୋଇପାରିନାହିଁ l ଅଳ୍ପକେତେକ ସ୍ଥାନ ରେ ପବ୍ଲିକ

ଙ୍କ ପାଇଁ ଯେଉଁ ପାଣିଟ୍ୟାପ ଲାଗିଥିଲା ତାହା ମଧ୍ୟ ବର୍ଷବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି l ବିଶେଷକରି ଏହି ପାଣିଟାଙ୍କି ରେ ପାଣିଭରିବାପାଇଁ ସୋଲାର ସିଷ୍ଟମ ସହିତ ଏହାର ପାର୍ଶ୍ୱରେ ଏକ ବିଦ୍ୟୁତ ଟ୍ରାନ୍ସମିଟର ବସାଯାଇଛି l ମାତ୍ର ଦୀର୍ଘବର୍ଷବର୍ଷଧରି ଏହି ସିଷ୍ଟମ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ l ଯାହାଫଳରେ ଏହି ବିରିତୋଳ ପଞ୍ଚାୟତ ର ପାଞ୍ଚହଜାର ରୁ ଉର୍ଦ୍ଧ ଅଧିବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ତେବେ ଏହି ବସୁଧାଯୋଜନା ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବାପାଇଁ, ଜଗତସିଂହପୁର ଜିଲ୍ଲା ଭିଜିଲାନ୍ସ ମନିଟରିଙ୍ଗ କମିଟିର ସଦସ୍ୟ ଦେବେନ୍ଦ୍ର ମଲ୍ଲିକ ବାରମ୍ବାର ବିଭାଗୀୟ ଉଚ୍ଚପଦାଧିକାରୀ ମାନଙ୍କ ନିକଟରେ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ, ଏ ସମ୍ପର୍କରେ ପଞ୍ଚାୟତ ର ବରିଷ୍ଠନାଗରିକ ମୁରଲୀଧର ପରିଡା, ମଧୁସୂଦନ ବେହେରା, ପ୍ରଶାନ୍ତ କୁମାର ଶାସମଲ, ସୁଶାନ୍ତ କୁମାର ପରିଡା ଙ୍କ ସମେତ ଅଞ୍ଚଳର ବହୁ ସାଧାରଣ ଲୋକ, ବିରିତୋଳ ବସୁଧା ଯୋଜନା ପ୍ରକଳ୍ପ କୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସହିତ, ଉପଭୋକ୍ତା ମାନଙ୍କ ଠାରୁ ଡକୁମେଣ୍ଟ ଗ୍ରହଣ କରି, ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପ୍ରଶାସନ ଓ ଆର ଡବ୍ଲୁ ଏସ ଏସ ବିଭାଗୀୟ ଅଧିକାରୀ ମାନେ ଆଶୁକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଅଛନ୍ତି l ଯଦି ଏକ ମାସ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାନଯାଏ ତେବେ ପଞ୍ଚାୟତର ଅଧିବାସୀ ମାନେ ଶାନ୍ତିପୂର୍ଣ୍ଣ ଧାରଣାଦେବା ସହିତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l

ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର