ନାରାୟଣପାଟଣାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି: ୪୯ ଅଭିଯୋଗ ଶୁଣାଣି, ୬ଟିର ତୁରନ୍ତ ସମାଧାନ

*ନାରାୟଣପାଟଣା/କୋରାପୁଟ*: କୋରାପୁଟ ଜିଲ୍ଲା ନାରାୟଣପାଟଣା ଠାରେ ଆଜି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୪୯ ଗୋଟି ଅଭିଯୋଗର ଶୁଣାଣି କରାଯାଇ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି।
ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଜନଶୁଣାଣି କରିଥିଲେ। ଶୁଣାଣି ହୋଇଥିବା ୪୯ଟି ଅଭିଯୋଗ ମଧ୍ୟରୁ ୩୭ଟି ଗୋଷ୍ଠୀଗତ ଓ ୧୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଚେକ ବଣ୍ଟନ କରାଯାଇଥିଲା I ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୋନଜ କୁମାର ପୁଜାହାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ବେଣୁଧର ଶବର ଓ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
