March 8, 2026

ଅରବିନ୍ଦ କେଜରିୱାଲ ଙ୍କ ୫୫ତମ ଜନ୍ମଦିବସ ଉପଲକ୍ଷେ ବୃକ୍ଷରୋପଣ।

IMG-20230816-WA0069
Share

ଅରବିନ୍ଦ କେଜରିୱାଲ ଙ୍କ ୫୫ତମ ଜନ୍ମଦିବସ ଉପଲକ୍ଷେ ବୃକ୍ଷରୋପଣ।

ବୋଲଗଡ଼,୧୬/୦୮(ଉପାନ୍ତ ଖବର।):ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ୫୫ତମ ଜନ୍ମ ଦିବସ ଅବସରରେ ୫୫ଟି ଗଛ ଲଗାଇ ପାଳନ କରି ଛନ୍ତି ବେଗୁନିଆ ବୋଲଗଡ଼ ବିଧାନ ସଭା କ୍ଷେତ୍ର ର ଅରବିନ୍ଦ ପ୍ରେମୀ ମାନେ, ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟ ପୁର ଶାସନ ବର ଡାଲିଆ କଲ୍ୟାଣ ମଣ୍ଡପ ପରିସରରେ ଚିତ ରଞ୍ଜନ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ପରିବେଶ ବିତ୍ ବଂଶୀଧର ପଣ୍ଡା ସଭାପତିତ୍ବ କରିଥିଲେ, ମୁଖ୍ୟବକ୍ତା କଳ୍ପତରୁ ପଣ୍ଡା ଅରବିନ୍ଦ କେଜରିୱାଲ ଙ୍କ ସଂଘର୍ଷ ସମାଜ ସେବା ଓ ଶିକ୍ଷା ସମ୍ପର୍କ ରେ ଯୁବକ ମାନଙ୍କୁ ସୂଚନା ଦେଇ ଥିଲେ ପରେ ଯୁବକ ମାନେ ଆଗ୍ରହ ର ସହ ବୃକ୍ଷ ଗୁଡ଼ିକ ପାଇଁ ଗାତ ଖୋଳି ରୋପଣ କରି ଥିଲେ ଓ ଯୁବ ସମାଜ ସେବୀ ବିଶ୍ୱଜିତ୍ ହୋତା ରକ୍ଷଣା ବେକ୍ଷଣ ଦାୟିତ୍ଵ ନେଇ ଥିଲେ ଅକ୍ଷୟ ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରି ଥିଲେ ଜ୍ୟୋତିର୍ମୟ ପଣ୍ଡା କବିରାଜ ଗୋଚ୍ଛିି, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ବୃକ୍ଷ ରୋପଣ କରି ଥିଲେ ବୋଲଗଡ଼ ବ୍ଲକ ଆପ ସଭାପତି ସଭା ପରେ କଲ୍ୟାଣ ମଣ୍ଡପ ପରିସର କୁ ପରିଷ୍କାର କରିଥିଲେ, ସାଧାରଣ ଜନତା ଆମ ଆଦମୀ ପାର୍ଟି ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।