April 27, 2026

ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ପୋଲିସ୍ କର୍ମଚାରୀ ରେମିଜ୍ ସିଂ ଙ୍କ ପରଲୋକ।

IMG-20230816-WA0082
Share

ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ପୋଲିସ୍ କର୍ମଚାରୀ ରେମିଜ୍ ସିଂ ଙ୍କ ପରଲୋକ।
ବ୍ରାହ୍ମଣୀଗାଁ ତା ୧୬/୮ ।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ଜଣେ ଅବସର ପ୍ରାପ୍ତ ପୋଲିସ୍ କର୍ମଚାରୀ ତଥା ବରିଷ୍ଠ ନାଗରିକ ଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ଗତ ୧୫ ତାରିଖ ମଙ୍ଗଳବାର ,ସ୍ଵାଧୀନତା ଦିବସ ପାଳନ ଦିନ ନିଜ ବାସ ଭବନ ରେ ତାଙ୍କ ର ଦେହାନ୍ତ ହୋଇଥିବା ଜଣା ପଡ଼ିଛି।। ବ୍ରାହ୍ମଣୀଗାଁ ର ସେ ଜଣେ ଦୀର୍ଘ ବୟସ୍କ ବ୍ୟକ୍ତି ଥିଲେ ମୃତ୍ୟୁ ସମୟରେ ତାଙ୍କୁ ପ୍ରାୟ ୯୨ବର୍ଷ ହେଉଥିଲା । ୧୯୫୫ ମସିହାରେ ସେ ପୋଲିସ୍ ବିଭାଗର ଜଣେ କନେଷ୍ଟବଳ ଭାବେ ଚାକିରୀ ରେ ଯୋଗଦାନ କରି ଓଡ଼ିଶାର ବିଭିନ୍ନ ଥାନା ମାନଙ୍କ ରେ ରହି ସେବା ପ୍ରଦାନ କରିଥିଲେ, ୧୯୯୦ମସିହାରେ ସେ ଅବସର ଗ୍ରହଣ କରିବା ପରେ ନିଜ ବାସ ଭବନ ରେ ରହୁ ଥିଲେ ,ମଙ୍ଗଳ ବାର ଦିନ ତାଙ୍କ ର ଦେହାନ୍ତ ହୋଇଥିଲା, ଏହି ସମୟରେ ତାଙ୍କ ପାଖରେ ତାଙ୍କ ବଡ଼ ପୁଅ, ବହୁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ, ଗ୍ରାମବାସୀ , ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ଙ୍କ ଗହଣ ରେ ତାଙ୍କ ମର ଶରୀର କୁ ପଟୁଆର ଶୋଭାଯାତ୍ରାରେ ସମାଧି କୁ ସ୍ଥଳ କୁ ନେଇ ସେଠାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଶବ ସତ୍କାର କରାଯାଇଥିଲା । ଅଞ୍ଚଳ ର ସେ ଜଣେ ସୁ ପରିଚିତ ଓ ମେଳାପି ବ୍ୟକ୍ତି ଥିଲେ , ଅଞ୍ଚଳ ବାସୀ ତାଙ୍କର ଅନେକ ସ୍ମୃତି କୁ ମନେ ପକାଇ ଶୋକ ପ୍ରକାଶ କରିବା ସହ ଶୋକାକୁଳ ପରିବାର କୁ ସାନ୍ତ୍ଵନା ଦେଇଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)