April 19, 2025
Share

*ଖବର ଆଜିର*
ତାରିଖ ୧୫/୦୮/୨୦୨୩ ମଙ୍ଗଳବାର ।
ମନମୋହନଙ୍କ ରେକର୍ଡ ସମକକ୍ଷ ହେବେ ମୋଦୀ: ଆଜି ଲାଲ୍‌କିଲ୍ଲାରେ ୧୦ମ ଥର ଜାତୀୟ ପତାକା ଉତ୍ତୋଳନ କରିବେ।

ଦେଶର ୭୭ତମ ସ୍ୱାଧୀନତା ଦିବସରେ ପିଏମ୍ ମୋଦୀ ଲାଲକିଲ୍ଲାରେ ଉଡାଇବେ ତ୍ରିରଙ୍ଗା ।

ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ  ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭାରତର ଝିଅମାନେ ଆଗକୁ ବଢ଼ିବାକୁ ଚାହୁଁଥିବା କହିଥିବେ ବେଳେ ଦେଶର ସବୁ ନାଗରିକ ସମାନ ଓ ସମସ୍ତଙ୍କର ସମାନ ଅଧିକାର ରହିଛି ବୋଲି ମତ ରଖିଛନ୍ତି।

ବିହାରର ବିଭିନ୍ନ ଜିଲ୍ଲାରେ ମାଛଚାଷ କରୁଥିବା ଚାଷୀ ତଥା ମନରୋଗା ସହିତ ଜଡ଼ିତ ଶ୍ରମିକମାନଙ୍କୁ ଦିଲ୍ଲୀରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ସହିଦ ନୀଳାଞ୍ଚଳ ପଟେଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଜନ୍ମମାଟିରେ ଶୋକାକୁଳ ପରିବେଶ ।

ଟ୍ରକ ଧକ୍କାରେ ୨ କଲେଜ ଛାତ୍ରୀ ମୃତ, ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତା ଅବରୋଧ।କ୍ଲାସ ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ଗୋଡଭଗାରୁ ପାପଙ୍ଗାକୁ ସଂଯୋଗ କରିଥିବା ରାଜ୍ୟ ରାଜପଥର ଛନ୍ଦପାଲି ଓ ପୋଢ଼ପାଳି ମଝିରେ ସମ୍ମୁଖରୁ ପାଉଁରୁଟି ବୋଝେଇ ହୋଇ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା।

NEETକୁ ନେଇ ବଢ଼ିଲା ବିବାଦ, ସ୍ୱାଧୀନତା ଦିବସରେ ଆୟୋଜିତ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ବହିଷ୍କାର କରିବେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ।

ସ୍ୱାଧୀନତା ଦିବସ ଅବସରରେ ଓଡିଶାର ୪ଜଣ ପୋଲିସ୍ ଅଧିକାରୀଙ୍କୁ ଦିଆଯିବ ଗାଲାଣ୍ଟ୍ରି ପୁରସ୍କାର । ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସ୍ଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ ସିଟି ସୁଜିତ କୁମାର ରାଣାଙ୍କ ଏହି ପୁରସ୍କାର ମିଳିବ ।

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୧୬,୧୭ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ  ।

ଟିଭି ଚ୍ୟାନେଲଗୁଡିକ ପାଇଁ ଗାଇଡ୍‌ଲାଇନ ଆଣିବେ ସୁପ୍ରିମକୋର୍ଟ, NBAକୁ କହିଲେ-୧ ଲକ୍ଷର ଜରିମାନା ପ୍ରଭାବୀ ନୁହେଁ ।

ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ ଏକ୍ସପ୍ରେସ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ ।

ଆତଙ୍କବାଦୀ ସହ ଲଢ଼େଇରେ ପ୍ରାଣ ହରାଇଛନ୍ତି ୧ ଲକ୍ଷ ଲୋକ, ୨.୭ କୋଟି ପିଲା ଯାଉନାହାଁନ୍ତି ସ୍କୁଲ: ପାକିସ୍ତାନ ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ଚର୍ଚ୍ଚା ।

ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ସଚିନଙ୍କ ସହ ଉଡ଼ାଇଲେ ଜାତୀୟ ପତାକା, ମଥାରେ ବାନ୍ଧିଲେ ‘ଜୟ ମାତାଦି’ ଚୂନରି।

ହିମାଚଳକୁ କନ୍ଦାଇଲାଣି ବର୍ଷା: ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ, ଭୁଶୁଡିଲା ଶହ ଶହ ଘର।

ଆଫଗାନିସ୍ତାନ ହୋଟେଲରେ ଶକ୍ତିଶାଳୀ ବିସ୍ଫୋରଣ, ୩ ମୃତ ୭ ଆହତ ।

ପ୍ରଧାନ ବିଚାରପତିଙ୍କ ନାମରେ ଭାଇରାଲ ହେଉଛି ମିଛ ମେସେଜ୍‌, ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ।

ଓରେରା ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗ: ହାଇକୋର୍ଟରେ ସତ୍ୟପାଠ ଦାଖଲ ।

ଗଲୱାନ ସଂଘର୍ଷ ପରେ ବାୟୁସେନା ଲଦାଖକୁ ୬୮,୦୦୦ ସୈନିକ ପଠାଇଛି।

ସୁପ୍ରଭାତ ,ଶୁଭ ସକାଳ ।

You may have missed