ତାଳସାକର ଓ ମତାଝରି ବିଦ୍ୟାଳୟରେ ପୋଷାକ ବିତରଣ ମେଳା

IMG-20230814-WA0028
Share

ତାଳସାକର ଓ ମତାଝରି ବିଦ୍ୟାଳୟରେ ପୋଷାକ ବିତରଣ ମେଳା
ବୁଗୁଡ଼ା : ତା ୧୪/୦୮/୨୩ : ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ତାଳସାକର ଗ୍ରାମସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ସିଆରସିସି ମାନସ ରଞ୍ଜନ ସେଠୀ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା , ଏସ୍ଏମସି ସଭାପତି ପ୍ରଭାତ କୁମାର ଜେନା ଓ ଉମାକାନ୍ତ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ପୋଷାକ ବିତରଣ କରିଥିଲେ । ସେହିପରି ତାକରଡା ପଞ୍ଚାୟତ ଅନ୍ତର୍ଗତ ମତାଝରି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ପୋଷାକ ବଣ୍ଟନ ମେଳାରେ ଅତିଥି ଭାବେ ଏସ୍ଏମସି ସଭାପତି ଉପେନ୍ଦ୍ର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିବା ସହ ପୋଷାକ ବଣ୍ଟନ କରିଥିଲେ ।

You may have missed