April 30, 2026

ପୋଲିସ ପକ୍ଷରୁ ଗାଡି ଚାଳକଙ୍କ ନିଶା ସେବନ ଯାଞ୍ଚ କଡାକଡି

IMG-20230814-WA0030
Share

ପୋଲିସ ପକ୍ଷରୁ ଗାଡି ଚାଳକଙ୍କ ନିଶା ସେବନ ଯାଞ୍ଚ କଡାକଡି
ବୁଗୁଡ଼ା : ତା ୧୪/୦୮/୨୩ : ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଆଜି ନିଶା ସେବନ ଯାଞ୍ଚ କଡାକଡି ଭାବେ କରଯାଇଥିବା ଦେଖିବାକୁ ମିଳିଥିଲା । ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ତ୍ଵରେ ଏକ ଟିମ୍ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବାରେ ନିୟୋଜିତ ଥିବା ଯାନବାହାନର ଚାଳକଙ୍କ ସାଙ୍ଗକୁ ଅନ୍ଯ ଯାତ୍ରୀବାହୀ ବସ୍, ଅଟୋ ଏବଂ ମାଲ ପରିବାହୀ ଯାନର ଚାଳକଙ୍କୁ ଅଟକାଇ ବ୍ରେଥ୍ ଆନାଲାଇଜର ଯନ୍ତ୍ର ମାଧ୍ୟମରେ ନିଶାସେବନ ଯାଞ୍ଚ କରିଥିଲେ । ବୁଗୁଡା ସହରର ବସଷ୍ଟାଣ୍ଡ ଏବଂ ବିଭିନ୍ନ ଛକରେ ଏହି ଯାଞ୍ଚ ଚାଲିଥିବା ବେଳେ ଖବର ପାଇ ନିଶାସେବନ କରିଥିବା କେତେକ ଚାଳକ ସହରର ପ୍ରବେଶ ତୋରଣଗୁଡିକର ଅନତିଦୂରରେ ଗାଡିଗୁଡିକୁ ଅଟକାଇ ରଖିଥିବା ଦେଖାଯାଇଥିଲା । ନିଶାସେବନ କାରଣରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବାରୁ ଏଭଳି ଯାଞ୍ଚକୁ ଲଗାତର ଭାବେ କରାଯାଇ ସମ୍ପୃକ୍ତ ଗାଡି ଚାଳକମାନଙ୍କୁ ତାଗିଦ୍ କରାଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।