April 30, 2026

ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

IMG-20230813-WA0008
Share

ନୂତନ ଥାନା ଅଧିକାରୀଙ୍କ ଯୋଗଦାନ


କୋରାପୁଟ ଜ଼ିଲ୍ଲା କୋଟପାଡ଼ ଆଇ. ଆଇ ସି ଭାବରେ ଶ୍ରୀ ସଚିନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି. ସେ ଏଥି ପୂର୍ବରୁ କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ଥାନାରେ ଦାଇତ୍ୱରେ ଥିଲେ. ପୂର୍ବରୁ ଶ୍ରୀ ଦେଶଦେବ ବେହେରା ଦୀର୍ଘ ତିନି ବର୍ଷ ଏଠାରେ ଦାଇତ୍ୱ ରେ ଥିଲେ ସେ କଳାହାଣ୍ଡି ଜ଼ିଲ୍ଲା ଥୂଆମୂଳ ରାମପୁର କୁ ବଦଳି ହବା ପରେ ଶନିବାର ଶ୍ରୀ ପ୍ରଧାନ ଦାଇତ୍ୱ ଗ୍ରହଣ କରିଥିବା ଜଣା ଯାଇଛି. ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ ପରେ. ଜନପ୍ରତିନିଧି. ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ଓକିଲ ସଂଘର ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକ କାଉନସିଲର ଟିକୁ ବିଶୋଇ ସୌଜନ୍ୟ ମୂଳକ ସାକ୍ଷାତ କରି ଥିବା ର ଜଣାଯାଇଛି. ଟ୍ରାଫିକ ସମସ୍ୟା. ଗୋ ଚାଲ୍ଳାନ. ଶ୍ରମିକ ଚାଲ୍ଳାନ ଯାନ ବହନ ର କଡ଼ା କଡ଼ି ଯାଞ୍ଚ ସମେତ ଆଇନ ଶୃଙ୍ଖଳା କୁ ଗୁରୁତ୍ୱ ଦିଆଯବ ବୋଲି ସୂଚନା ପ୍ରଦାନ କରିଥିବା ର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଓଡିଶା ଖବର I

You may have missed