November 22, 2024

କଳା ବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଲେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

Share

କଳା ବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଲେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ପାରଳାଖେମୁଣ୍ଡି:୯/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ବ୍ଳକର କାର୍ଯ୍ୟରତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେବାକୁ ସ୍ଥିର ହୋଇଛି । ତେବେ ଇତି ମଧ୍ୟରେ ଦାବୀ ପୂରଣ ନ ହୁଏ ୧୮ ତାରିଖ ରୁ ସମସ୍ତେ ସମୂହ ଛୁଟିରେ ରହି ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବିଭିନ୍ନ ବ୍ଳକ ଶାଖା ପକ୍ଷରୁ ବିଭିନ୍ନ ଦାବୀ ଯଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷା ଗତ ଯୋଗ୍ୟତା +2 ରୁ +3 କରିବା ସହିତ ଦରମା ହାର ଲେବୁଲ ୫ ରୁ ୯ କୁ ଧାର୍ଯ୍ୟ କରିବା, ନୂତନ ପଦବୀ ସୃଷ୍ଟି କରି୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡି ପଦଵୀ ରେ ଶତକଡା ୧୦୦./.
ପଦୋନ୍ନତି ପ୍ରଦାନ କରିବା ଓ ଓ ପି ଆର ଏସ କ୍ୟାଡର ରୁଲରେ ଅନ୍ତର୍ଭୁକ୍ତ କରିବା ଆଦି ଦୁଇ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହା ପରେ ମଧ୍ୟ ସରକାର ଦାବି ପୂରଣ କରି ନ ଥିବାରୁ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ ରେ ଯୋଗ ଦେଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଙ୍ଘ ପକ୍ଷରୁ ଜଣା ପଡ଼ିଛି !