April 28, 2026
maxresdefault
Share

*ଖବର ଆଜିର*

ତାରିଖ ୦୯/୦୮/୨୦୨୩ ବୁଧବାର ।

 

ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ଓ୍ଵେଷ୍ଟଇଣ୍ଡିଜକୁ ହରାଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କଲା ଭାରତ ।

 

ବିଭିନ୍ନ ସେବା ଲାଗି ଗ୍ରାହକଙ୍କଠାରୁ ଶୁଳ୍କ ଓ ଜରିମାନା ବାବଦରେ ବ୍ୟାଙ୍କଗୁଡ଼ିକ ୩୫,୫୮୭ କୋଟି ଟଙ୍କା ଆୟ କରିଛନ୍ତି।

 

ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା: ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ ପିନାକୀ ମିଶ୍ର, ମୋଦିଙ୍କୁ ଜଣେ ଭଲ ବକ୍ତା କହି କଂଗ୍ରେସକୁ କଲେ ଟାର୍ଗେଟ ।

 

ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ଫେରିପାଇବାର ଗୋଟିଏ ଦିନ ପରେ ପୁଣି ତାଙ୍କୁ ସରକାରୀ ବଙ୍ଗଳା ଫେରାଇଦିଆଯାଇଛି । ସବୁଠୁ ବଡ କଥା ହେଉଛି କି ରାହୁଲ ଗାନ୍ଧୀ ଯେଉଁ ସରକାରୀ ବଙ୍ଗଳରେ ପୂର୍ବରୁ ରହୁଥିଲେ ତାଙ୍କୁ ସେହି ବଙ୍ଗଳା ଫେରାଇଦିଆଯାଇଛି ।

 

ଦେଶର ସର୍ବ ପୁରାତନ ଓ ସବୁଠୁ ବଡ ଫାର୍ମା କମ୍ପାନୀ ସିପ୍ଲା ବିକ୍ରି ହେବାକୁ ଯାଉଛି । ଏହାକୁ କିଣିବା ରେସରେ ବିଦେଶୀ କମ୍ପାନୀ ରହିଥିବା ଜଣାପଡିଛି ।

 

ଉତ୍ତର-ପୂର୍ବାଞ୍ଚଳର ୨.୫ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରାଯିବ: ଧର୍ମେନ୍ଦ୍ର ।

 

ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।

 

 

ହରିୟାଣାର ନୁହରେ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ମୋବାଇଲ ଇଣ୍ଟରନେଟ୍‌, କର୍ଫ୍ୟୁରେ ହେବ କୋହଳ ।

 

ଦକ୍ଷିଣ କୋରିଆକୁ ମୁହାଁଇଛି ଘୂର୍ଣ୍ଣିବାତ୍ୟା ‘ଖାନୁନ୍’, ଗୁରୁବାର କିମ୍ବା ଶୁକ୍ରବାର ଅତିକ୍ରମ କରିବ କୂଳ ।

 

ଖୁବଶୀଘ୍ର ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ, ଏଥର ପୂର୍ବରୁ ପଶ୍ଚିମକୁ ପଦଯାତ୍ରା ।

 

ନାରୀ ଅସଦାଚରଣ କଲେ ମିଳିବନି ସରକାରୀ ଚାକିରି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଘୋଷଣା ।

 

 

ବିବାଦରେ ଅକ୍ଷୟଙ୍କ ଅଭିନୀତ ‘ଓଏମଜି ଟୁ” । ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମିଳିଲା ନୋଟିସ, ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ ।

 

୬ରାଜ୍ୟ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ସେପ୍ଟେମ୍ବର ୫ରେ ପଡିବ ଭୋଟିଂ, ୮ରେ ଗଣତି।

 

ବଢ଼ିପାରେ ଆପ ସାଂସଦଙ୍କ ସମସ୍ୟା । ଜାଲ୍ ଦସ୍ତଖତ ଅଭିଯୋଗ ଘେରରେ ରାଘବ ଚଢ଼ା । ପଠାଯିବ ସ୍ୱାଧୀକାର ଭଙ୍ଗ ନୋଟିସ ।

 

ଦିଲ୍ଲୀରେ ବିଜେପିର ସଂସଦୀୟ ଦଳ ବୈଠକ । ସାଂସଦଙ୍କୁ ସମ୍ବୋଧିତ କରିବା ସହ ଦିଲ୍ଲୀ ସେବା ବିଲ ପାସ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

 

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା: ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ।

 

ରାଜ୍ୟସଭାରେ ହାଇଡ୍ରାମା: ଡେରେକ ଓବ୍ରାଏନଙ୍କୁ ଗୃହରେ ଯୋଗଦେବାକୁ ଅନୁମତି ମିଳିଲା ।

 

ଆସାମ ରାଇଫଲସ୍‌ ବିରୋଧରେ ମଣିପୁର ପୋଲିସ୍‌ର ଏତଲା, ଅପରେସନରେ ହସ୍ତକ୍ଷେପ କରିଥିବାର ଆଣିଲା ଅଭିଯୋଗ ।

 

ମଣିପୁର ହିଂସାରେ ଏବେ ଯାଏ ରୁଜୁ ହୋଇଛି ୬୫୦୦ FIR, ସୁପ୍ରିମକୋର୍ଟରେ ତଥ୍ୟ ରଖିଲା ପୋଲିସ ।

 

କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାର ହଜାର କୋଟି ଠକେଇ ମାମଲା, ଗିରଫ ଦୁଇଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା EOW ।

 

 

ସୁପ୍ରଭାତ ,ଶୁଭ ସକାଳ ।