September 13, 2026

ଉମରକୋଟରେ ଭଉଣୀ କୁ ଛାଡି ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ ।

IMG-20230808-WA0034
Share

ଉମରକୋଟରେ ଭଉଣୀ କୁ ଛାଡି ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ ।

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ ଥିବା ଜାମଗୁଡା ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ ହୋଇଥିବା ଖବର ଏ ଅଞ୍ଚଳରେ ଚାଞ୍ଚଲ୍ଯ ସ୍ରୁଷ୍ଟି କରି ଦେଇଛି l ଆଜି ମନ୍ତ୍ରୀ ଗୁଡା ଗ୍ରାମରୁ ନିଜ ବାଇକ୍ ଯୋଗେ ଲକ୍ଷ୍ମୀ ଚନ୍ଦ୍ର ଭତ୍ରl ଙ୍କ ପୁଅ ମୋତିରାମ ଭତ୍ରl ( ୨୭) ନିଜ ଭଉଣୀ କୁ ଉମରକୋଟରେ ଛାଡି ଫେରୁଥିବା ସମୟରେ
ଜାମଗୁଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ମୁହଁ ମାଡି ତଳେ ପଡି ମୃତ୍ୟୁ ବରଣ କରିଥିବା ଦେଖା ଯାଇଥିଲା l ଦୁର୍ଘଟଣା ଲୋକେ ଦେଖି ଖବର ଦେବାରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ମୋତିରାମ କୁ ନେଇଥିଲେ, ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳକୁ ଡାବୁଗାଁ ପୋଲିସ ଯାଇଥିଲେ ହେଁ ସେଠାରୁ ମୋତିରାମ ଙ୍କୁ ପାପଡାହାଣ୍ଡି କୁ ନେଇ ଯାଇଥିଲେ l ନିଉଜ୍ ଲେଖା ହେବା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା l ଅଭିଯୋଗ ଦେବା ପରେ
ଥାନା ତରଫରୁ ତଦନ୍ତ ଆରମ୍ଭ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l