September 21, 2024

ଆରଏନଆଇ ଦ୍ୱାରା ପଞ୍ଜିକୃତ ସମସ୍ତ ଖବର କାଗଜର ପ୍ରକାଶକ

Share

ଆରଏନଆଇ ଦ୍ୱାରା ପଞ୍ଜିକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାର ଅନ୍ତର୍ଭୁକ୍ତ କରାଯାଉ
(ଓଡ଼ିଶା ରାଜ୍ୟ କ୍ଷୁଦ୍ର ମାଧ୍ୟମ ସମ୍ବାଦପତ୍ର ମହାସଂଘ ବୈଠକରେ ଦାବୀ)
ସମ୍ବଲପୁର—-ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଥିବା ଅାଇଏନଅାଇ ଦ୍ୱାରା ପଞ୍ଜିକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାର ଅନ୍ତର୍ଭୁକ୍ତ କରିବାକୁ ରବିବାର ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକରେ ଦାବି କରାଯାଇଛି ସମ୍ବଲପୁର ସ୍ଥିତ ଜିଲ୍ଲା ସାମ୍ବାଦିକ ସଂଘ ସଭା ଗୃହରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ବୈଠକରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଅାସିଥିବା ପ୍ରକାଶକ ଓ ସମ୍ପାଦକ ମାନଙ୍କ ବୈଠକରେ ଉପରୋକ୍ତ ଦାବୀ କରାଯିବା ସହିତ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ପାଳନ କରାନଯାଇ କ୍ଷୁଦ୍ର ଓ ମାଧ୍ୟମ ସମ୍ବାଦପତ୍ର ଗୁଡିକୁ ବନ୍ଦ କରି ଦିଆଯିବାର ଚକ୍ରାନ୍ତ କରାଯାଉଛି ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା
ମହାସଂଘର ସଭାପତି ତଥା ନବୀନ ସମ୍ବାଦପତ୍ରର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର କ୍ଷୁଦ୍ର ମଧ୍ୟମ ସମ୍ବାଦସତ୍ରକୁ ବିଜ୍ଞାପନ ପ୍ରଦାନ ସମ୍ପର୍କରେ ଏକ ନୀତି ପ୍ରଣୟନ କରିବା ପାଇଁ ଅନୁରୋଧ କରାଯାଇଥିଲା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରକୁ ଯଥାକ୍ରମେ ଶତକଡ଼ା ୩୫ ଭାଗ ଓ ଶତକଡ଼ା ୧୨ ଭାଗ ମୋଟ ବିଜ୍ଞାପନ ଦେୟରୁ ଦିଅାଯିବା ପାଇଁ ବିଜ୍ଞାପନ ନାତିରେ ସ୍ପଷ୍ଟ ଭାବେ ଲେଖା ଯାଇଥିବା ସତ୍ୱେ ସରକାର ଏହାର ଖିଲାପ କରୁଥିବାରୁ ଧିରେ ଧିରେ ଏହି ସମ୍ବାଦପତ୍ର ଗୁଡିକ ଅାର୍ଥିକ ସଂକଟର ସମୁଖୀନ ହୋଇ ବନ୍ଦ ହେବାରେ ଚାଲିଛି ଏଥିପାଇଁ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରି ସରକାର ଶୀଘ୍ର ଏ ଦିଗରେ ପଦକ୍ଷେପ ନନେଲେ ରାଜ୍ୟର ତଥାକଥିତ ବୃହତ ସମ୍ବାଦପତ୍ରକୁ ଛାଡ଼ି ବାକିସବୁ ସନ୍ଦ ହୋଇଯିବ ବୋଲି ଚେତାବନୀ ଦିଅାଯାଇଥିଲା
ରାଜ୍ୟର ସମସ୍ତ ସମ୍ବାଦପତ୍ର ଗୁଡ଼ିକ ବାର୍ଷିକ ଉତ୍ସବ ପାଇଁ ପୂର୍ବରୁ ଦିଆଯାଇଥିବା ବିଜ୍ଞାପନ ପ୍ରଦାନ କରୁନଥିବାରୁ ସରକାରଙ୍କ ନିଜସ୍ବ ନୀତିର ଖିଲାପ କରୁଛନ୍ତି ଏଣୁ ସମସ୍ତ ସ୍ବୀକୃତିପ୍ରାପ୍ତ ସମ୍ବାଦପତ୍ର ଗୁଡିକୁ ସେମାନଙ୍କ ବାର୍ଷିକ ଉତ୍ସବ ଅବସରରେ ବିଜ୍ଞାପନ ଦେବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା ରାଜ୍ୟ ସରକାରଙ୍କ ଅନୁମୋଦନ ସ୍ବୀକୃତି ପାଇଁ ବିଭିନ୍ନ ସମ୍ବାଦପତ୍ରଙ୍କ ଅାବେଦନକୁ ବିଚାର କରି ତୁରନ୍ତ ପଦକ୍ଷେପ ନେବା ପାଇଁ ମତପ୍ରକାଶ ପାଇଥିଲା ଏହି ସଭାରେ ଅଗ୍ନିଶିଖାର ସମ୍ପାଦକ ଅର୍ଜୁନ ରଂଚନ ପଣ୍ଡାଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ପ୍ରଥମେ ଏହାର ଆୟୋଜକ ତଥା ଅାବାହକ ଲାଲଶିଖାର ସମ୍ପାଦକ ଉଜରାମ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜନମୁଖର ମୁଖ୍ୟ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ଅନେକ ସୂଚନାର ସମ୍ପାଦକ ନିତ୍ୟ ନିରଂଜନ ପଣ୍ଡା, ଲୋକସଭାର ସମ୍ପାଦକ ଶୁକ୍ଳ ପରିଡ଼ା, ନିଉପ୍ଲାନର ସମ୍ପାଦକ ବୀରେନ୍ଦ୍ର ପାଣିଗ୍ରାହୀ, ଜନସମୀକ୍ଷାର ସମ୍ପାଦିକା ସବିତା ମିଶ୍ର, ଅଭିନନ୍ଦନର ସମ୍ପାଦକ ଜଗଦିଶ ମିଶ୍ର ବକ୍ତବ୍ୟ ପ୍ରଦାନ କରି କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ସଂଗଠନକୁ କ୍ରୀୟାଶୀଳ କରିବା ପାଇଁ ବିଭିନ୍ନ ମତପ୍ରକାଶ କରିଥିଲେ
ଇତିମଧ୍ୟରେ ପରଲୋକ ଗତ ମନୀଶାର ସମ୍ପାଦକ କୁମାର ହସନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଜନବୀଣାର ସମ୍ପାଦକ ଗୌରଶ୍ୟାମ ଭଞ୍ଜ, ମର୍ମର ସମ୍ପାଦକ ବନମାଳୀ ପାଣିଗ୍ରାହୀ, ପତଞ୍ଜଳିର ସମ୍ପାଦକ ପ୍ରଦୀପ କୁମାର ସାହା, ସାବର ଶ୍ରୀକ୍ଷେତ୍ରର ସମ୍ପାଦକ ଉମାକାନ୍ତ ଦାସଙ୍କ ଅମର ଅାତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ଶେଷରେ ଗାୟତ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ଏହି ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୫ ଜଣ ସମ୍ପାଦକ ଯୋଗ ଦେଇଥିଲେ।