October 19, 2026
ajiro khabar
Share

 

 

୧-ଭୁବନେଶ୍ୱର:ମା’ଙ୍କ ଆଗମନରେ ଉତ୍ସବ ମୁଖର ଗାଁ ଠୁ ସହର। ଦେବୀ ପୀଠରେ ସରିଲା ସପ୍ତମୀ ପୂଜା।ସଞ୍ଜ ହେଲେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି।

 

୨-ଭୁବନେଶ୍ୱର:ଆସନ୍ତା ୨୬ରୁ ନଭେମ୍ବର ୧ ଯାଏଁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ।

 

୩-ଶାନ୍ତି ଶୃଂଖଳା ପାଇଁ କଟକରେ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ, ୧୦ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ।

 

୪-ଭୁବନେଶ୍ୱର:ଟ୍ରାଫିକ ଭିଡ଼ ଦେବ ବଡ଼ ଦୁଃଖ,ଦଶହରା ପୂଜାରେ ଲୋକେ ହେବେ କଲବଲ,ଜନପଥ ଓ କଟକ ରୋଡରେ ହେବ ଚକାଜାମ୍!

 

୫-ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଗାର୍ଡ ଅଫ୍ ଅନର୍; ଆଜି ହେବ ଶପଥ ଗ୍ରହଣ।

 

୬-ଅନ୍ୟ ରାଜ୍ୟକୁ ଗଲେ ମିଳିବନି ଜାତିଗତ ସୁବିଧା: ସୁବିଧା-ସୁଯୋଗକୁ ନିଜ ସହ ନେଇପାରିବେ ନାହିଁ ପ୍ରବାସୀ, ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ।

 

୭-କଟକ:ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ, ଯନ୍ତ୍ରୀ ଅଟକ।

 

୮-ଢେଙ୍କାନାଳ:ଓଡ଼ାପଡ଼ା ତହସିଲଦାର ସସପେଣ୍ଡ, କାର୍ଯ୍ୟରେ ଅବହେଳା ଓ ସରକାରୀ ନିୟମ ଉଲଂଘନ ଅଭିଯୋଗ।

 

୯-ବଙ୍ଗୋପସାଗର ନୁହେଁ ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ସମ୍ଭାବନା!

 

୧୦-ପୁରୀ ବେଳାଭୂମିରେ ମା’ଦୁର୍ଗାଙ୍କ ବାଲୁକା କଳା: ୨୨ପ୍ରକାର ପରିବା, ୧୦ ପ୍ରକାରର ଫଳ ସହ ୮ଟନ ବାଲିର ହୋଇଛି ବ୍ୟବହାର।

 

୧୧-ରଣଜୀ ଟ୍ରଫି ଦ୍ବିତୀୟ ରାଉଣ୍ଡ: ଆଜିଠୁ ଓଡ଼ିଆ -କେରଳ ମ୍ୟାଚ୍। ବର୍ଷା ସାଜିବ ବାଧକ।

 

୧୨-ଶିଶୁ ଖାଦ୍ୟକୁ ନେଇ FSSAIର ବଡ଼ ପ୍ରସ୍ତାବ,

ଶିଶୁଙ୍କ ଖାଦ୍ୟରେ ଆଉ ମିଶିପାରିବନି ଅତିରିକ୍ତ ଚିନି!

 

୧୩-ତିନି ବର୍ଷ ପରେ ଭାରତକୁ ଫେରିବ ଆଇପିଏଲ୍ ନିଲାମ, ଗୋଆ ସହରରେ ହେବା ସମ୍ଭାବନା।

 

୧୪-୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ୨୮ରେ ଆସିବେ ରାଷ୍ଟ୍ରପତି, ଏଥିପାଇଁ ଲୋକସେବା ଭବନରେ ମୁଖ୍ଯ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ।

 

୧୫-ବେଙ୍ଗାଳୁରୁ: ବର୍ଷା ଯୋଗୁଁ ପଞ୍ଚମ ଟି୨୦ ବାତିଲ,୨-୨ରେ ସିରିଜ୍ ବରାବର।

 

୧୬-ପୋଲିସ ହାଜତରୁ ମୁକୁଳିଲେ CJP ମୁଖ୍ୟ ଅଭିଜିତ ଦୀପକେ।

 

୧୭-PM- ଅଜୟ ଯୋଜନାରେ ୧୮୦୯୩ ଗାଁ ଆଦର୍ଶ ଗ୍ରାମ ଘୋଷିତ,ବିକଶିତ ହେବ ଅନୁସୂଚିତ ଜାତି ବହୁଳ ଗାଁ।

 

୧୮-କୋଲକାତା ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା,୧୮ ମୃତ ,୪୦ ଜଣ ଆହତ।

 

୧୯-ନୋଏଡା,ରାବୁପୁରା ଅଞ୍ଚଳ:ଗୋଟିଏ ଦିନରେ ଚାଲିଗଲା ପୁରା ପରିବାରର ଜୀବନ, ଶେଷ ଥର ଖାଇଥିଲେ ନୁଡୁଲ୍ସ।

 

୨୦-ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ: ମହିଳା ସାମ୍ବାଦିକା ଦେଲେ ଏତଲା, ତୁରନ୍ତ ଏଫଆଇଆର ରୁଜୁ ପାଇଁ ଦାବି।

 

୨୧. ପଡିଆବାହାଲରେ ଆଜିଠୁ ଆରମ୍ଭ ହେବ ଶ୍ରୀ ରାମଲୀଳା, ଲୋକଙ୍କ ମନରେ ବଢୁଛି ଉତ୍ସାହ