ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁ ଗିରଫ
କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସ୍ବାଇଁ ଆକ୍ରମଣ ମାମଲାରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଦ୍ବୟ ହେଲେ ବନ୍ଥପଲ୍ଲୀ ଗ୍ରାମର ନନ୍ଦନ ବେହେରା (୨୩) ଓ ବ୍ରହ୍ମପୁର ସଦର ଥାନା ସୁକୁଣ୍ଡା ଗ୍ରାମ ଗୌଡ ସାହିର ଶଙ୍କର ଗୌଡ (୨୪) । ଖବରନୁଯାୟୀ ଗତ ମଙ୍ଗଳବାର ତଥା ଜୁଲାଇ ୪ ତାରିଖ ଅପରାହ୍ନ ୩ ଟା ସମୟରେ ପୂର୍ବତନ ସରପଞ୍ଚ ଚାଞ୍ଚଡାପଲ୍ଲୀ ଗ୍ରାମର ପ୍ରଶାନ୍ତ ନିଜ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଦୁଇ ଅଭିଯୁକ୍ତ ମିଶି ଗ୍ରାମ ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ପ୍ରଶାନ୍ତି ଜୀବନ ବିକଳରେ ଦୌଡ଼ି ରଙ୍କ ଗୌଡଙ୍କ ଘରେ ପଶି କବାଟ ଦେଇଥିଲେ । ଏହାପରେ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାପରେ ପ୍ରଶାନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଥାନାରେ ଏକ ଲିଖୁତ ଅଭିଯୋଗ କରିଥିଲେ । ଏପରିକି ସେମାନଙ୍କ ସହିତ କୈାଣସି ରାଜନୈତିକ କିମ୍ବା ପୂର୍ବ ଶତ୍ରୁତା ନଥିବା ବେଳେ ବଚନ ସ୍ବାଇଁ କେସ ମାମଲାକୁ ନେଇ ସେମାନେ ଆକ୍ରମଣ କରିଥିବା ପୋଲିସ ନିକଟରେ କହିଥିଲେ । ଏପଟେ ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୩୯/୨୩ ପ୍ରକାରେ ମକଦ୍ଦମା ରୁଜୁ ତଦନ୍ତ ଚଳାଇଥିଲା । ତେବେ ଗତକାଲି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ମହୁଡା ଗ୍ରାମ ନିକଟରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ହୋଣ୍ଡା ସାଇନ୍ ବାଇକ ( ଓଡି ୦୭ ଏଫ୍ ୨୯୮୦) ଓ ଲୁହା କାତି ଜବତ କରିଥିଲା । ତେବେ ରବିବାର ଦିନ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସ୍ ଡି ଜେ ଏମ୍ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ