April 25, 2026

ଚୋରି ଘଟଣାରେ ୨ ଗିରଫ, ବିଭିନ୍ନ ଚୋରି ସାମଗ୍ରୀ ଜବତ

3593dab2-7171-455b-8f21-7e729d59b83a
Share

କୁକୁଡ଼ାଖଣ୍ଡି ଗତ ଦୁଇ ସପ୍ତାହ ମଧ୍ୟରେ ସଦର ଥାନା ଇଲାକା ୩ଟି ସ୍ଥାନରେ ସିରିଜ ଚୋରି ଘଟଣାରେ ସଦର ପୋଲିସ ୨ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଚୋରି ଘଟଣା ନେଇ ସଦର ଥାନାରେ ୩ଟି ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ରବିବାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରା ଉଚରା ବେଳେ ସେମାନେ ଗତ ୪.୭.୨୦୨୩ ମଧ୍ୟ ରାତ୍ରରେ ବାଉଁଶିଆପଲ୍ଲୀ ମା ଗିରିଳା ଉତ୍ପାଦନ ନାମକ ଏକ କାରଖାନାରୁ ଗୁଆ କଟିଙ୍ଗ ମେସିନ, ହ୍ୟାଣ୍ଡ ଡ୍ରିଲ ମେସିନ, ହ୍ୟାଣ୍ଡ କଟର ମେସିନ, ୧୬ ମିଲିମିଟର ତାର କେବୁଲ ଚୋରି କରିଥିବା ସ୍ଵୀକାର କରିଛନ୍ତି। ଏଥ‌ି ସହ ୧୧.୭.୨୦୨୩ ମଧ୍ୟ ରାତ୍ରରେ ରାମଚନ୍ଦ୍ରପୁର ନିକଟସ୍ଥ ଏକ ନିର୍ମାଣଧନ କୋଠାରୁ ୧ଏଚ୍‌ପି ପାଣି ମୋଟର ଚୋରି କରିଥିଲେ। ୧୦,୭, ୨୦୨୩ ମଧ୍ୟ ରାତ୍ରରେ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ସ୍ଥିତ ମହୁରୀ କାଳୁଆ କଲେଜରୁ ୬ଟି ସିସି କ୍ୟାମେରା ଚୋରି କରିଥିବା ଅଭିଯୁକ୍ତମାନେ ସ୍ଵୀକାର କରିଛନ୍ତି। ଗିରଫ ୨ ଅଭିଯୁକ୍ତ ମାନେହେଲେ ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଗୌର ଦାସ(୨୩) ଓ ବଣ୍ଟି ଦାସ(୨୦) । ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ୩ଟି ଲ୍ୟାଣ୍ଡ କଟର ମେସିନ, ୨ଟି ଲ୍ୟାଣ୍ଡ ଡ୍ରିଲ ମେସିନ, ଗୋଟିଏ ୧ ଏଚ୍ପି ଟ୍ୟାକ୍ସ ପାଣି ମୋଟର, ୬ଟି ସିସି କ୍ୟାମେରା ଜବତ କରିଛନ୍ତି। ଗୌର ଦାସ ନାମରେ ପୂର୍ବରୁ ସଦର ଥାନାରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ପୁଣି ୩ଟି କେସ୍ ନଂ ୩୪୦/ ୨୦୨୩, ୩୪୭/୨୦୨୩, ୩୫୧/୨୦୨୩ ରୁଜୁ ହୋଇଥିବା ଥାନା ଅଧିକାରୀ ମହେନ୍ଦ୍ର କୁମାର ସୂଚନା ସୂଚନା ଦେଇଛନ୍ତି । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ