April 27, 2026

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଗରିବ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ

IMG-20251031-WA0092
Share

 

 

 

ଛତ୍ରପୁର :ତା.୩୧/୧୦/୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ତାଡ଼ାପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବଉଳଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ନନ୍ଦପଣ୍ଡାପଲ୍ଲୀ ଗ୍ରାମର ଗରିବ ବୃଦ୍ଧା ମହିଳାଙ୍କୁ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ସାଗରୀକା ପଣ୍ଡା, ମୁଖ୍ୟ ଅତିଥି ତଥା ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ସମ୍ମାନିତ ଅତିଥି ସମାଜସେବୀ ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ସ୍ବେଛାସେବୀ ପୁଷ୍ପାଞ୍ଜଳି ସାହୁ, ସନ୍ତୋଷ ଶତପଥୀ ଶୀତବସ୍ତ୍ର ବଣ୍ଟନ କରିଥିଲେ l ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ପଣ୍ଡା ପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ ଭିକ୍ଷାକରି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ତଥା ଗରିବ ବୃଦ୍ଧାଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ନ ପ୍ରସାଦ ଭୋଜନ ବ୍ୟବସ୍ଥା କରାଯଇଥିଲା l