ଶ୍ରୀରାଧା ସେବା ସଂଗଠନ ର ଷଷ୍ଠ ବାର୍ଷିକ ଉତ୍ସବ -2025 …
ଝଙ୍କଡ଼ ତା 31/10/2025 ଜଗତସିଂହପୁର ଜିଲ୍ଲାର, ସେବା, ସଂସ୍କାର, ବୃକ୍ଷରୋପଣ, ରକ୍ତଦାନ ଓ ସମାଜସେବା ଆଦି କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧିନ ରସବେରୁଁଆ ଗ୍ରାମ ସ୍ଥିତ ଗାଲେଶ୍ୱର ମହାଦେବ ମନ୍ଦିର ପାର୍ଶ୍ୱରେ ଗତ ପବିତ୍ର ଅଳା ନବମି ଦିନ ଶ୍ରୀରାମ ସେବା ସଂଗଠନ ର ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର କୁମାର ନାୟକ ଓ ଉପସଭାପତି ପ୍ରଦ୍ୟୁମ୍ନ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ l ବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଶିକ୍ଷକ ଦିଗାମ୍ବର ରାଉତ ମଞ୍ଚ ପରିଚାଳନା କରିଥିଲେ.l ମୁଖ୍ୟ ଅତିଥି ଭାବେ ଡ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟବକ୍ତା ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ ଓ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ପାଲାଗାୟକ ପଣ୍ଡିତ ପ୍ରବୋଧ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ କେଦାର କିଶୋର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ.. ଅନ୍ୟମାନଙ୍କ ମଧ୍ୟରେ ସୁଶ୍ରୀ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଡ଼ ବସନ୍ତ ମଞ୍ଜରୀ ଦାସ, ପ୍ରାକ୍ତନ ଶିକ୍ଷଜ ଶରତ ଚନ୍ଦ୍ର ତାରିଣୀଆ, ବିଶିଷ୍ଟ ଜ୍ୟୋତିର୍ବିତ ଡ଼ ଅରୁଣ କୁମାର ପାଣି, ଓ ପଣ୍ଡିତ ରବିନାରାୟଣ ପଣ୍ଡା. ପ୍ରମୁଖ ସମ୍ମାନିତ ଅତିଥିଭାବେ ଭାବେ ଯୋଗଦେଇ, ସେବା ଧର୍ମ ର ମହତ୍ୱ ଓ ବିଶେଶ୍ୱତ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ. ଏହି ଅବସରରେ, ଜଗନ୍ନାଥ ପୁର ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ଶ୍ରୀ କ୍ଷେତ୍ର ପୁରୀ ର ପତିତପାବନ ସେବାସଙ୍ଘ, ଭୁବନେଶ୍ୱର ଭିୟୁ ଫାଉଣ୍ଡେସନ, ଆଠଗଡ଼ ର ଜଷ୍ଟ ଫର ଇଉ ସେବାସଙ୍ଘ, ମୁକ୍ତିରାମ ଚାରିଟେବଲ ଟ୍ରଷ୍ଟ, ସମାଜସେବୀ ଧୁନଚନ୍ଦ୍ର ସେନାପତି, ବାଲିକୁଦା ଜୟ ଜଗନ୍ନାଥ ସେବା ସଙ୍ଘ ଆଦିର କର୍ମକର୍ତ୍ତା ମାନଙ୍କ ସମେତ ଶିଶୁ ଓଡିଶୀ ନୃତ୍ୟଶିଳ୍ପୀ ଆଦ୍ୟାଶ l ପାଳ ଓ ପୁଷ୍ପା ଗ୍ରାଫିକ ର ପ୍ରତିଷ୍ଠାତା ପୁଷ୍ପାଞ୍ଜଳି ଛୋଟରାୟ ପ୍ରମୁଖ ଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ସନ୍ଧ୍ୟା ସମୟରେ ନୃତ୍ୟ ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା. l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
