ଅଜଣା ପିକପ ଧକ୍କାରେ ମାମୁଁ ଭଣଞ୍ଜା ମୃତ।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାର, କଳମପୁର ଠାରୁ ଜୁନାଗଡ଼ ମୁଖ୍ୟରାସ୍ତାରେ, ଜୁନାଗଡ଼ ନିକଟସ୍ଥ ବୁଢୀପଦର ଛକ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଏବଂ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ମୁକେଶ ନାଗ(୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ(୧୩), (ଦୁହେଁ ସମ୍ପର୍କରେ ମାମୁଁ ଭଣଞ୍ଜା) ଏକ ବାଇକ (OD 08 V 7112)ଯୋଗେ କୌଣସି କାର୍ଯ୍ୟରେ ଜୁନାଗଡ଼କୁ ଯାଉଥିବାବେଳେ, ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକପ ଭେନ ସାମ୍ନାପଟୁ ବାଇକଟିକୁ ଯୋରରେ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଧକ୍କାଟି ଏତେ ଜୋରରେ ହୋଇଥିଲା ଯେ’ ଦୁଇ ବାଇକ ଆରୋହୀ ରାସ୍ତା ଉପରେ ଛଟିକି ପଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏନେଇ ସ୍ଥାନୀୟ ଲୋକେ ଜୁନାଗଡ଼ ପୋଲିସକୁ ଖବର ଦେବାପରେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ଘଟଣା ବିଷୟରେ ପଚରାଉଚୁରା କରିବାପରେ ଦୁଇ ମୃତକଙ୍କ ମୃତ ଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିବାବେଳେ, ଏଇ ଘଟଣା ନେଇ ଏକ ମାମଲା ୠଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
