April 28, 2026

ବୀମାଭୁକ୍ତ ହେଲେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ. (କର୍ମଚାରୀଙ୍କ ମନରେ ଆନନ୍ଦ)

IMG-20260427-WA0014
Share

 

ଗୁଣପୁର ତା:୨୭-୦୪-୨୦୨୬ରିଖ (ସୁରେନ୍ଦ୍ର ମହାନ୍ତି ) ଗୁଣପୁର ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଦୁଧାଲ ଅଭିଷେକ ଦିଲିପଙ୍କ ପ୍ରତ୍ୟକ୍ଷ ତତ୍ୱାବୋଧାନ ଓ ଗୁଣପୁର ନିୟନ୍ତ୍ରିତ ବଜାର କମିଟିର ଅନୁମୋଦନ କ୍ରମେ ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରାଯାଇଛି । ଇଫକୋ-ଟୋକିଓ ଏବଂ ମଣିପାଲ ସିଗମା ନାମକ ବୀମା କମ୍ପାନିଙ୍କ ସହ ଗୁଣପୁର ନିୟନ୍ତ୍ରିତ ବଜାର କମିଟିର ବୁଝାମଣା ସ୍ୱାକ୍ଷରିତ ହୋଇ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ବୀମାଭୁକ୍ତ କରାଯାଇ କର୍ତ୍ତବ୍ୟରତ କର୍ମଚାରୀଙ୍କ ନିମନ୍ତେ ମୃତ୍ୟୁ କାଳୀନ ସହାୟତା ରାଶି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେମାନଙ୍କ ପରିବାରଙ୍କୁ ପ୍ରଦାନ କରାଯିବ । ସେହିପରି ମଣୀପାଲ ସିଗ୍‌ମା ସ୍ୱାସ୍ଥ୍ୟବୀମା ତରଫରୁ ପାଞ୍ଚଲକ୍ଷଟଙ୍କା ପର୍ଯ୍ୟନ୍ତ ଡାକ୍ତରୀ ଚିକିତ୍ସା ସୁବିଧା ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ପରିବାରଙ୍କୁ ୧୦ଲକ୍ଷଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଓ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ । ଆଜି ରାମନାଗୁଡା ବ୍ଲକ ପରିସରରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୀମା ପଲିସି କାଗଜାତ (କାର୍ଡ) ପ୍ରଦାନ କରିଥିଲେ । ଏହି ସମୟରେ ଗୁଣପୁର ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ଅଭିଷେକ, ନିୟନ୍ତ୍ରିତ ବଜାର କମିଟି ସଂପାଦକ ଦଳପତି କାର୍ଜୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋସନାର ବାର୍ଲା, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ସରୋଜିନି ଦେବୀ, ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ମାନେ ଗୁଣପୁର ଉପଖଣ୍ଡର ସମସ୍ତ ହାଟ ପ୍ରାଙ୍ଗଣ ଆଦି ବୁଲି ରାଜସ୍ୱ ଆଦାୟ କରୁଥିବା ସମୟରେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଥିବା ଓ ମୃତ୍ୟୁବରଣ କରୁଥିବା କମିଟି ଅଧ୍ୟକ୍ଷ ଶ୍ରୀ ଅଭିଷେକଙ୍କ ନଜରକୁ ଆସିବା ପରେ ନିୟନ୍ତ୍ରିତ ବଜାର କମିଟିର ଅନୁମୋଦନ ପରେ କର୍ମଚାରୀଙ୍କ ଜୀବନର ମୁଲ୍ୟବୋଧକୁ ବୁଝିପାରି ନିୟମିତ ଓ ସ୍ୱଳ୍ପବେତନଭୋଗୀ କର୍ମଚାରୀଙ୍କ ନିମନ୍ତେ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବାରୁ ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମାଚାରୀ ଅଧ୍ୟକ୍ଷ ଏବଂ ନିୟନ୍ତ୍ରିତ ବଜାର କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ କୃତଜ୍ଞତା ଜଣାଇଛନ୍ତି ।