April 27, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ରାଜମିସ୍ତ୍ରୀ ମହା ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ………

IMG-20260427-WA0012
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ରାଜ୍ ମିସ୍ତ୍ରୀ ମହା ସଂଘର ଓ ମିଳିତ ଟ୍ରେଡ ୟୁନିଅନ ତରଫରୁ ଆସନ୍ତା ମେ ୧ ବିଶ୍ଵ ଶ୍ରମିକ ଦିବସ” ଅବସରରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ରାଜ ମିସ୍ତ୍ରୀ ମହା ସଂଘର ସଭାପତି ବିପିନ୍ ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପସଭାପତି ନରସିଂହ ନାୟକ, ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ନାୟକ,ସହ ସଂପାଦକ ରାଜେଶ୍ ଜାନୀ, ପ୍ରେମ ଵଳି ମଙ୍ଗରାଜ, ସଦା ସୁନା,ଭାଗରତି କଚିମ୍, ସୁବାସ ସୂରଜ ପ୍ରମୁଖ ସାମ୍ବାଦିକ ସମ୍ମିଳନୀର ଯୋଗ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଦେଶ୍ୟ ଥିଲା ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ଵ୍ଳକର ପ୍ରତ୍ୟେକ ରାଜମିସ୍ତ୍ରୀ ବଢ଼େଇ, କୁଲି, ରେଜା କୁଲି, ଜିଲ୍ଲାର ସମସ୍ତ କୁଲି ଖଲାସୀ ଓ ମହିଳା ଶ୍ରମିକ,ମୋଟର କର୍ମଚାରୀ ସଂଘର ସଦସ୍ୟ, ଅଟ ଡ୍ରାଇଭର, ବସ୍ କର୍ମଚାରୀ, ଟ୍ରକ ଡ୍ରାଇଭର ଓ କର୍ମଚାରୀ,ମୋଟର ସାଇକେଲ ମେକାନିକ ସଂଘର ସଦସ୍ୟ,ଓ କେନ୍ଦୁପତ୍ର ତୋଳାଳୀ, ଚାଷୀମୁଲିଆ ସଂଘର ସଦସ୍ୟ ମାନଙ୍କୁ ନେଇ ଆସନ୍ତା ମେ ୧ ବିଶ୍ଵ ଶ୍ରମିକ ଦିବସ ଉମରକୋଟ ଠାରେ ଏକ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମେ ୧ ତାରିଖ ଦିନ ସକାଳୁ ୧୧,୩୦ ମି ସମୟରେ ଉମରକୋଟ ଡିଏନ୍ କେ ଛକ ଠାରୁ ଉମରକୋଟ ଗଜପତି ଛକ ପର୍ଯ୍ୟନ୍ତ ଶ୍ରମିକଙ୍କ ମାନଙ୍କ ଏକ ବିରାଟ ପଦଯାତ୍ରା କରା ଯିବ ଲାରେ ଗୋଟିଏ ବିରାଟ ସାଧାରଣ ସଭା ଦର୍ଗ।ଗୁଡ଼। ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯିବ। ସମସ୍ତ ଶ୍ରମିକମାନଙ୍କୁ ସମସ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସମସ୍ତ କାର୍ଯ୍ୟକ୍ରମ କୁ ଯୋଗଦାନ କରି ସାଫଲ୍ୟ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।