April 27, 2026

ଲଗାତାର ପଞ୍ଚମ ଥର ମଧ୍ୟ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଚମ୍ପିୟାନ!

IMG-20260427-WA0005
Share

 

ଚଳିତ ବର୍ଷ ଏପ୍ରିଲ ୨୫ ଓ ୨୬ ତାରିଖ ରେ ପୁରୀ ମୋଚି ସାହି ନିକଟସ୍ଥ ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ରେ , ଟାଏକୋଣ୍ଡୋ ଆସୋସିଏସନ୍ ଅଫ ପୁରୀ ଦ୍ଵାରା ଜିଲ୍ଲା ସ୍ତରୀୟ ୧୯ତମ କିରୋଗୀ ଓ ୧୧ତମ ପୁମ୍-ସେ ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତରେ ପୁରୀ ଜିଲ୍ଲା ର ୧୧ଟି ଏକାଡେମୀ ରୁ ସର୍ବ ମୋଟ ୫୫୦ ରୁ ଉର୍ଦ୍ଧ ବାଳକ ବାଳିକା ଭାଗ ନେଇଥିବା ବେଳେ, ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୧୦୦ ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତା ରେ 50ଟି ସ୍ଵର୍ଣ୍ଣ , 18ରୌପ୍ୟ ଓ 21ଟି କାଂସ୍ୟ ପଦକ ହାସଲ କରି କିରୋଗି ଇଭେଣ୍ଟ ରେ ଚାମ୍ପିଅନ ହୋଇଥିବା ବେଳେ,

59ଟି ସ୍ଵର୍ଣ୍ଣ , 39ଟି ରୌପ୍ୟ ଓ 25ଟି କାଂସ୍ୟ ପଦକ ହାସଲ କରି ପୁମ୍-ସେ ଇଭେଣ୍ଟ ରେ ମଧ୍ୟ ଚାମ୍ପିଅନ ହୋଇଥିଲା। ଜିଲ୍ଲା ସ୍ତରୀୟ ଏହି ପ୍ରତିଯୋଗିତା ରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ପଞ୍ଚମ ଥର ଚମ୍ପିୟାନ ହୋଇ ପୁରୀ ଜିଲ୍ଲା ରେ ସୁନାମ ଓ ଗୌରବ ଅର୍ଜନ କରିବା ସହ ଜିଲ୍ଲା ରେ ଏକ ଶ୍ରେଷ୍ଠ ଟାଏକୋଣ୍ଡୋ ଏକାଡେମୀ ଭାବେ ପ୍ରମାଣିତ କରି ଅଛି। ଏକାଡେମୀ ର ସମସ୍ତ କ୍ରୀଡାବିତ୍ ଓ କର୍ମକର୍ତ୍ତା ଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ରେ ଏହି ଏକାଡେମୀ ର କ୍ରୀଡାବିତ୍ ମାନଙ୍କର ଆହୁରି ଉଜ୍ଜଳ ଭବିଷ୍ୟତ କାମନା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ପ୍ରାର୍ଥନା କରିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ