June 19, 2026

ଅଁଳାନବମୀ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ, ଭୋରରୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ରାଧାରାଣୀ

IMG-20251031-WA0016
Share

 

ଦର୍ଶନ ପାଇଁ ରାତିରୁ ଲାଗିଛି ଭକ୍ତଙ୍କ ଲମ୍ବା ଧାଡ଼ି । ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାରିକେଡ୍ ବ୍ୟବସ୍ଥା ।

 

 

ଆଜି ଅଁଳା ନବମୀ । ଚଳଚଞ୍ଚଳ ସାକ୍ଷୀଗୋପାଳ। ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ରାତି ୩ଟାରୁ ଭକ୍ତଙ୍କ ଭିଡ଼। ଲାଗିଛି । ଆଜି ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ବାଙ୍କ ଚାହାଣିରେ ଦର୍ଶନ ଦେଉଛନ୍ତି। ସେହିପରି ପ୍ରଭୁ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ମନ୍ଦିର ଭିତରେ ମା’ ରାଧାରାଣୀ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ଦର୍ଶନ କରିବା ସହ ରାଧା ମାଆ ଙ୍କର ପାଦ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହ ମହିଳା ମାନେ ସୌଭାଗ୍ୟବତୀ ହେବାର ସୁଯୋଗ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମ୍ନାରେ ଭକ୍ତ ମାନଙ୍କର ଭିଡ଼ ଲାଗିଛି ।

 

ପବିତ୍ର ଅଁଳା ନବମୀ: ଏହି ଦିନ ଶ୍ରୀରାଧାଙ୍କ ପାଦ ଦର୍ଶନ ହୁଏ କାହିଁକି?

 

ରାତି ଗୋଟାଏରେ ଦ୍ଵାର ପୂଜା ପରେ ମଙ୍ଗଳା ଅ।ଳତୀ, ଅବକାଶ, ନଟବର ଵେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଚାଲିଛି । ସେପଟେ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ୧୧ଟି ବ୍ୟାରିକେଡର ଧାଡି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ୨୫ ପ୍ଲାଟୁନ ଫୋର୍ସ ମୁତୟନ, ୩୦ରୂ ଅଧିକ ସିସିଟିଭି କ୍ୟାମେରା ଲାଗିବା ସହ ସମ୍ପୂର୍ଣ ସାକ୍ଷୀଗୋପାଳକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

You may have missed