April 28, 2026
ajiro khabar
Share

 

 

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା। ଦୁଇଦିନ ପରେ ପୁଣି ଲଘୁଚାପର ସମ୍ଭାବନା। ପୁଣି ହେବ ବର୍ଷା।

 

କାଲିଠାରୁ ତହସିଲ ଅଫିସରେ ହେବ ଜମି କିଣାବିକା। ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ କିଣାବିକା ଆରମ୍ଭ ହେବ।

 

ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ।

 

ରାଜ୍ୟରେ ବାତ୍ଯା କ୍ଷୟକ୍ଷତି ଆକଳନ ଆରମ୍ଭ ହେଲା। କ୍ଷତିପୂରଣ ଦେବେ ରାଜ୍ୟ ସରକାର।

 

ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଫାଙ୍କା ପଡ଼ିଛି ୮୧ ହଜାରରୁ ଅଧିକ ସିଟ୍। ଚିରାଚରିତ ପାଠ୍ୟକ୍ରମ ପଢୁନାହାନ୍ତି ଛାତ୍ରଛାତ୍ରୀ

 

ରାଜ୍ୟରେ ୧୫୨୦ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଓସେପା ପକ୍ଷରୁ ସୂଚନା ଦିଆଗଲା।

 

ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା। ଭକ୍ତମାନେ ସିଂହଦ୍ଵାରରେ ପ୍ରବେଶ କରିବେ, ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ।

 

ପୁରୀ ଗୁଣ୍ଡିଚା ମନ୍ଦିର ଚାରିପଟେ ଥିବା ସବୁ ଉଠା ଦୋକାନ ଉଚ୍ଛେଦ କରି, ଚତୁଃପାର୍ଶ୍ଵକୁ ସୁନ୍ଦର କରାଯିବ।

 

ରାଜ୍ୟର ବିଭିନ୍ନ ସ୍ଥାନରେ ଲେଭେଲ୍ କ୍ରସିଂ ଉପରେ ୯୨ଟି ରେଳ ଓଭରବ୍ରିଜ୍‌ ନିର୍ମାଣ ହେବ। ଖର୍ଚ୍ଚ ବହନ କରିବ ରେଳବାଇ

 

ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ଅଳିଆଗଦା ହଟାଇବାକୁ ଦାବି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଘେରାଉ ହେଲା।

 

ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ନିଶା ନିବାରଣ ପାଇଁ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର

 

ବଲାଙ୍ଗୀର ଟିଟିଲାଗଡ଼ ପାଉମେକ୍ସ ଷ୍ଟିଲ ପ୍ଲାଣ୍ଟର ଡିଜିଏମ ରାଧେଶ୍ୟାମ ରାୟଙ୍କ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା

 

ଇଡ୍‌କୋ ପାଇଁ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଜାଗା ଚିହ୍ନଟ କରିଥିବା ବେଳେ ଇଡେ୍‌କୋ ବିରୋଧରେ ଗର୍ଜିଲେ ଆଦିବାସୀ

 

ରାଉରକେଲା ରେଲ ଷ୍ଟେସନ୍ ପରିସର ଭିତରେ ଥିବା ପାର୍ସଲ ଗୋଦାମରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ଗଂଜେଇ ଜବତ ହୋଇଛି।

 

ମାଲକାନଗିରି କୋରକୁଣ୍ଡାରେ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପତ୍ନୀଙ୍କୁ ଅସଦାଚରଣ କରୁଥିଲା ବନ୍ଧୁ, ଅସହ୍ୟ ହେବାରୁ ହତ୍ୟା

 

ସମ୍ବଲପୁରରେ ହିଟ୍‌ ଆଣ୍ଡ ରନ୍‌। ବାଇକକୁ ଦ୍ରୁତଗାମୀ କାର ପିଟିଲା, ମହିଳା ଓ ନାବାଳିକାଙ୍କ ମୃତ୍ୟୁ, ଜଣେ ଗୁରୁତର

 

ଗଂଜାମ ଛତ୍ରପୁର ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ। ଚାଷ ଜମିରେ ପାଦ ଚି଼ହ୍ନ ପଡିଛି

 

ଭୁବନେଶ୍ୱର ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅଟକିଛି ପାର୍ବତୀ ପୁଷ୍କରିଣୀ ଉନ୍ନତୀକରଣ। ମାଡ଼ିଗଲାଣି କଲିକତି ଦଳ

 

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ମେଡ଼ିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୁଲିସ।

 

ରାଜସ୍ଥାନରେ ଧୁମଧାମରେ ଆରମ୍ଭ ହେଲା ‘ପୁଷ୍କର ମେଳା’।

 

ମୁମ୍ବାଇ ଷ୍ଟୁଡିଓରେ ବନ୍ଧକ ୧୭ ଶିଶୁଙ୍କୁ ଉଦ୍ଧାର କଲାବେଳେ ପୁଲିସ ଗୁଳିରେ ୟୁଟ୍ୟୁବର ରୋହିତ ଆର୍ଯ୍ୟ ମୃତ।

 

ଶାସନ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଦଙ୍ଗା କରା ଯାଇଥିଲା ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ପୁଲିସ

 

ଅଷ୍ଟମ ବେତନ ଆୟୋଗର ଲାଭ ପ୍ରଥମେ ପାଇବେ ରେଳବାଇ, ଆୟକର, ଡାକ ବିଭାଗ ଓ ସୀମା ଶୁଳ୍କ ବିଭାଗର କର୍ମଚାରୀ

 

ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ୍‌ ନେସନ ୱାନ୍‌ ପୁଲିସ ୟୁନିଫର୍ମ ପଲିସି।

 

ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଏଆଇ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବ

 

ମେଲବୋର୍ଣ୍ଣ କ୍ରିକେଟରେ ପ୍ରଥମ ମ୍ଯାଚ୍ ବର୍ଷାରେ ଧୋଇଯିବା ପରେ ଭାରତ ଅଷ୍ଟ୍ରେଲିଆ ପୁରୁଷ ଦ୍ବିତୀୟ ଟ୍ବେଣ୍ଟି ୨୦ ଆଜି ହେବ

 

ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଟିମ ଇଣ୍ଡିଆ ।ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ

 

ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମିଶ୍ରଣ ହେବ। ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କ ଓ ଇଣ୍ଡିଆନ୍‌ ବ୍ୟାଙ୍କ ମିଶିଵ। ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଘରୋଇକରଣ ହେବ

 

ଆଜି ରାଷ୍ଟ୍ରୀୟ ଏକତା ଦିବସ

 

ଆଜି ଜନ୍ମଦିନ: ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସି.କେ.ନାଇଡୁ

 

ଆଜି ତିରୋଧାନ: ଇନ୍ଦିରା ଗାନ୍ଧୀ, ଏସ.ଡ଼ି.ବର୍ମନ, ଅମୃତା ପ୍ରୀତମ

 

ଇତିହାସରେ ଆଜି: (୧୯୬୦) ବଙ୍ଗୋପସାଗର ରେ ବାତ୍ୟା ଯୋଗୁଁ ୧୦,୦୦୦ ଲୋକ ମୃତ/ (୧୯୬୬) ପାନାମା କେନାଲ ସନ୍ତରଣ କରି ଅତିକ୍ରମ କଲେ ମିହିର ସେନ/ (୧୯୮୪) ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା

=======================

*ବନ୍ଦେ ଉତ୍କଳ ଜନନୀ*