June 18, 2026

ବ୍ଲକ କ୍ରିୟାନୁଷ୍ଠାନ କମିଟି ବୈଠକ

IMG-20241031-WA0031
Share

 

 

 

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ କୁନ୍ଦୁରା ମିଳିତ କ୍ରିୟାନୁଷ୍ଠାନ କମିଟିର ଏଜ ବୈଠକ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନେତା ସଞ୍ଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ଚାକିରି ଜିଲ୍ଲା ଭିତିକ ନିଯୁକ୍ତିକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା l ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଅଭିଭକ୍ତ କୋରାପୁଟ ବନ୍ଦ ଡାକରାକୁ ବ୍ଲକରେ ସଫଳ ସମର୍ଥନ ମିଳିଲା କିନ୍ତୁ ପରବର୍ତ୍ତୀ ସମୟରେ ଶିକ୍ଷକ ନିଯୁକ୍ତି ପରେ ଅନ୍ୟ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ପ୍ରବେଶ ନ କରାଇବା ଦିଗରେ କୁନ୍ଦୁରା ବ୍ଲକରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା l ବନ୍ଦ ସଫଳ ପରେ ମଧ୍ୟ ଜିଲ୍ଲା ଭିତିକ ନିଯୁକ୍ତି ପ୍ରସଙ୍ଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ସ୍କୁଲରେ ପିଲାଙ୍କୁ ନ ଛାଡ଼ିବା ନେଇ ଅନ୍ୟ ବ୍ଲକ ମାନଙ୍କରେ କ୍ରିୟାନୁଷ୍ଠାନ କମିଟି ସକ୍ରିୟ କାର୍ଯ୍ୟ କରୁଛନ୍ତି l କିନ୍ତୁ କୁନ୍ଦୁରା ବ୍ଲକରେ କରାଯାଉ ନାହିଁ ତେଣୁ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହଁ ସମସ୍ତ ପ୍ରକାର ତୃତୀୟ ଓ ଚତୁର୍ଥ ଶ୍ରେଣୀ ଚାକିରିରେ ଜିଲ୍ଲା ଭିତିକ ନିଯୁକ୍ତି ପାଇଁ ପିଲାଙ୍କୁ ସ୍କୁଲ ନ ଛାଡ଼ି ପ୍ରତିବାଦ କରାଯିବ ବୋଲି ଆଲୋଚନା ହୋଇଥିଲା l ଏ ନେଇ ଖୁବ ଶୀଘ୍ର ବ୍ଲକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବ ଓ ସ୍ୱତନ୍ତ୍ର ବୈଠକରେ ଏସ୍ ଏମ୍ ସି ସଭାପତି ମାନଙ୍କ ସହ ଆଲୋଚନା କରାଯିବ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଟପାଡ ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ଲଛମନ ପୂଜାରୀ,ସଭାପତି ସୁଧୀର ଚନ୍ଦ୍ର ମହାନ୍ତି,କୋଟପାଡ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ପୂଜାରୀ, କୋଟପାଡ ପୂର୍ବତନ କାଉନସିଲର ନରେନ୍ଦ୍ର ମାଝୀ,କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ,ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଠିଆ,କୋଟପାଡ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପ ସଭାପତି ପର୍ଶୁରାମ ସମରଥ,ଉପଦେଷ୍ଟା ବାପୁନ ତ୍ରିପାଠୀ,ହରିଶ କୁମାର ପଟ୍ଟନାୟକ, କୁନ୍ଦୁରା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମହେଶ୍ବର ପେଣ୍ଠିଆ,ରାଧା ପ୍ରସାଦ ପାତ୍ର, ଗୁରୁନାଥ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ l ବ୍ଲକର ସମସ୍ତ ସରପଞ୍ଚଙ୍କ ଅସ୍ଥାୟୀ କ୍ରିୟାନୁଷ୍ଠାନ କମିଟି ମୁଖ୍ୟ ସୁରେନ୍ଦ୍ର ପରଜା, ତ୍ରିନାଥ ସମରଥ, ଭଜମନ ସାନ୍ତା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ,ବୁଦ୍ଧିଜୀବୀ,ସାମାଜ ସେବୀ ପ୍ରମୁଖ ଯୋଗ ଦେଇଥିଲେ l ବୈଠକଟିକୁ କୁନ୍ଦୁରା ବ୍ଲକ ଅସ୍ଥାୟୀ କ୍ରିୟାନୁଷ୍ଠାନ କମିଟି ଆୟୋଜନ କରିଥିଲେ l ସରପଞ୍ଚ ଶିବ ପ୍ରଧାନୀ ଓ ସରପଞ୍ଚ ସଂଘ ସଭାପତି ଘାସି ଭତରା ସଭା ପରିଚାଳନା କରିଥିଲେ l ଅନ୍ୟ ସମସ୍ତ ସରପଞ୍ଚ ସହଯୋଗ କରିଥିଲେ l

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l

You may have missed