April 29, 2026

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ..

IMG-20241031-WA0024
Share

 

ପାରଳାଖେମୁଣ୍ଡି,ତା.୩୧.୧୦.୨୦୨୪

 

ସ୍ଵାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଈ ପଟେଲଙ୍କ ଜନ୍ମ ଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହା ଏକତା କୁ ସୁଦୃଢ଼ କରିବା ସହ ବିଭିଧତା ମଧ୍ୟରେ ଏକତାର ଭାବନା କୁ ପ୍ରୋତ୍ସାହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାଇ ରଖିବାକୁ ଗୁରୁତ୍ବାରୋପ କରିଥାଏ। ଏହି ଅବସରେ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାଇ ରଖିବା ନିମନ୍ତେ ନିଜକୁ ସମର୍ପିତ କରିବା ପାଇଁ ରାଷ୍ଟ୍ରୀୟ ଏକତାର ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳଶ୍ରୀ ରାଜେନ୍ଦ୍ର ମିଞ୍ଜ ସମସ୍ତ ଅଧିକାରୀ,କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଲିପୀନା ଦାଶ, କାଶ୍ୟାପି ବେହେରା,ସହକାରୀ ଜିଲ୍ଲାପାଳ ଶ୍ରୀ ଜଗନ୍ନାଥ ପାଢୀ,ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଅବକାରୀ ଅଧିକ୍ଷକ ବିଭୂତି ଭୂଷଣ ଦ୍ୱରଣି, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ପଲ୍ଲେଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।