ସ୍ୱାୟତ ଶାସନ ଦିବସ ପାଳନ : ସଫେଇ କର୍ମଚାରୀଙ୍କୁ ଭୁଲିଗଲେ ସଭାସାଙ୍ଗ ପରେ ସମ୍ବର୍ଦ୍ଧନା
ସ୍ୱାୟତ ଶାସନ ଦିବସ ପାଳନ : ସଫେଇ କର୍ମଚାରୀଙ୍କୁ ଭୁଲିଗଲେ ସଭାସାଙ୍ଗ ପରେ ସମ୍ବର୍ଦ୍ଧନା
ଗୁଣପୁର -( ସୁରେନ୍ଦ୍ର ମହାନ୍ତି ) ଗୁଣପୁର ପୌର ପରିଷଦ ତରଫରୁ ତା. ୩୧.୦୮.୨୦୨୩ ଦିନ “ସ୍ଵାୟତ୍ତ ଶାସନ ଦିବସ” ପାଳନ କରାଯାଇଅଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇ ଏକ ସବୁଜ ସ୍ୱଚ୍ଛ ଗୁଣୁପୁର ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଣୁପୁର ତହସିଲଦାର ଶରତ ଚନ୍ଦ୍ର ନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ବାବୁଲି ନାୟକ,ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟସମ୍ପୂର୍ଣ୍ଣ। ରାଉତ, ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ସଭା ପରିଚାଳନା କରିଥିଲେ। ସକାଳୁ ରାମଧୁନ, ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅପ୍ରଣ,ଉପଖଣ୍ଡ ଚିକିତ୍ସାଳୟରେ ଫଳ ଓ ମିଷ୍ଟାନ ବଣ୍ଟନ, ପୋୖର କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସହ ସାଧାରଣ ସଭା, ପୁରସ୍କାର ବିତରଣ, ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଥିଲା । ଗୁଣୁପୁର ପରିବେଶ କିପରି ସଫା ରଖିବା,ସୁସ୍ଥ ରଖିବା ଓ ସଠିକ ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ଧ୍ୟାନ ଦେବା ପାଇଁ ଅତିଥି ମାନେ ମନ୍ତବ୍ୟ ଦେଇଥିଲେ। ଏହି ସବୁ କାର୍ଯ୍ୟକୁ ସଫଳ କରିବା ପାଇଁ ମିଳିମିଶି ପରସ୍ପରକୁ ସହଯୋଗ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲା । ତେବେ ଏକ ବ୍ୟତିକ୍ରମ ଏହି ସଭାକୁ ପାଣିଚିଆ କରିଥିଲା । ପ୍ରତିବର୍ଷ ସଫେଇ କର୍ମଚାରୀ ଙ୍କୁ ପୋଷାକ ଦେଇ ସମ୍ବର୍ଦ୍ଧିତ କରାଯାଉ ଥିଲା । ଚଳିତ ସଭା ଶେଷ ହେବା ପରେ ମଧ୍ୟ ସଫେଇ କର୍ମଚାରୀ ଙ୍କୁ ଡକାଯାଇ ନ ଥିଲା । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସଫେଇ କର୍ମଚାରୀ । ଅସନ୍ତୋଷ ବଢିବାରୁ ଉପାଧ୍ୟକ୍ଷ ଶ୍ରୀ ଗୌଡ଼ ତୁମ ମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା ଭୁଲରେ ଭୁଲିଯାଇଥିଲୁ ଏବେ ନେଇଯାଅ ବୋଲି କହିଥିଲେ । ତେବେ ସଭା ଶେଷ ଓ ବିନା ଅତିଥି ରେ ଦେଲେ କି ମର୍ଯ୍ୟାଦା ରହିଲା ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।