March 12, 2026

ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ବଭାବ କବି ଗଙ୍ଗାଧର ମେହେର ଚିର ସ୍ମରଣୀୟ ହୋଇ ରହିବେ

IMG-20230831-WA0010
Share

ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ବଭାବ କବି ଗଙ୍ଗାଧର ମେହେର ଚିର ସ୍ମରଣୀୟ ହୋଇ ରହିବେ
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ 162ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର,31/8 : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତି୍ୟକ, କବିଙ୍କ ଲେଖନୀ ଚାଳନା ଯୋଗୁଁ ଆଜି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଛି ବୋଲି ବକ୍ତାମାନେ ମତ ଦେଇଛନ୍ତି ଓଡ଼ିଶାର ସର୍ବପୁରାତନ ସାହିତ୍ୟ ସମ୍ବାଦପତ୍ର ନବୀନ ଅନୁଷ୍ଠାନ ବିଭିନ୍ନ କାଳଜୟୀ ଲେଖକଙ୍କୁ ସମ୍ମାନ ଓ ସ୍ମୃତିରକ୍ଷା ପାଇଁ ଉଦ୍ୟମ କରିବା ବିଷୟକୁ ସେ ପ୍ରଶଂସା କରି ଗଙ୍ଗାଧରଙ୍କ ସାହିତ୍ୟ କୃତିର ପ୍ରାସଙ୍ଗିକତା ଓ ଉପଯୋଗୀତା ଉପରେ ଉପାଦେୟ ବ୍ୟକ୍ତବ୍ୟ ରଖିଥିଲେ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ 162ତମ ଜୟନ୍ତୀ ସମାରୋହରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଅଧ୍ୟକ୍ଷତା କରିଥିଲେ ମୁଖ୍ୟବକ୍ତା ଯୋଗ ଦେଇ ଓଡିଶାର ସ୍ବନାମଧନ୍ୟ କବି, ସାହିତି୍ୟକ, ବାଗ୍ମୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଗଙ୍ଗାଧରଙ୍କ ଜୀବନୀଉପରେ ବ୍ୟାପକ ଆଲୋକପାତ କରିଥିଲେ ଅତିଥି ଭାବେ ନବୀନ ସାହିତ୍ୟ ପ୍ରତିଷ୍ଠାନର ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ନାଟ୍ୟକାର ତଥା କବି ପ୍ରମୋଦ କୁମାର ପଣ୍ଡା, ବଂଶୀଧର ସେଠୀ, ଅବନୀ ଗୟା ଯୋଗ ଦେଇ ବକ୍ତବ୍ୟ ରଖଥିଲେ
ଅନ୍ୟମାନଙ୍କ ମଧ୍ୟରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ଇଂ. ମାନସ ରଂଜନ ତ୍ରିପାଠୀ, ଗାନ୍ଧୀ କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶ, ବିିଶିଷ୍ଟ ଶିକ୍ଷାବିତ୍‌ ଡ଼. ରବିନ ଚନ୍ଦ୍ର ସାହୁ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କବି ମେହେରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଅନୁଷ୍ଠାନର ସହଯୋଗୀ ଶିକ୍ଷାବିତ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଥମେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାହିତି୍ୟକ, ଲେଖକ ତଥା ସମ୍ପାଦକ ଡ଼. ଜୟନ୍ତ ମହାପାତ୍ରଙ୍କ ବିୟେଗରେ ଦୁଇ ମିନିଟ ନିରବ ପ୍ରର୍ାଥନା କରାଯାଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା

(ରବି ରଥ)
ସଭାପତି