March 10, 2026

ବିଶାଖାପାଟଣା ରେଲୱେ ଡିଭିଜନ ଡି ଆର ଏମ୍ ଙ୍କ ପାରଳାଖେମୁଣ୍ଡି ଗସ୍ତ

IMG-20230831-WA0009
Share

ବିଶାଖାପାଟଣା ରେଲୱେ ଡିଭିଜନ ଡି ଆର ଏମ୍ ଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି:୩୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ବିଶାଖାପାଟଣା ଡି ଆର ଏମ୍ ସୌରଭ ପ୍ରସାଦ ସ୍ୱତନ୍ତ୍ର ଭାବରେ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି
ଏହି ଗସ୍ତ ସମୟରେ ସେ ନୌପଡା ଠାରୁ ଗୁଣୁପୁର ଲାଇନର ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ କୁ ଦେଖିବା ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ନିର୍ମାଣ ହେଉଥିବା ନୂତନ ଷ୍ଟେସନର କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ ! ନୂତନ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଡି ଆର ଏମ୍ ସୌରଭ ପ୍ରସାଦଙ୍କ ଏହା ପାରଳାଖେମୁଣ୍ଡି କୁ ପ୍ରଥମ ଗସ୍ତ ଅଟେ । ପାରଳାଖେମୁଣ୍ଡି ବାସୀ ତାଙ୍କୁ ସ୍ବାଗତ କରିବା ସହିତ ଷ୍ଟେସନରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଡି ଆର ଏମ୍ ଙ୍କ ଏହି ଗସ୍ତ ସମୟରେ ପୂର୍ବତଟ ରେଳ ବିଭାଗ ର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।