March 13, 2026

ଖୁଣ୍ଟପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ ସଚେତନତା ଅଭିଯାନ

IMG-20240930-WA0002
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ଖୁଣ୍ଟ ପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନଙ୍କ ସହଯୋଗରେ ପରିବେଶ ସଚେତନତା ଅଭିଯାନ ଆରମ୍ଭ ହୋଇ ଅଛି । ଖୁଣ୍ଟପାଲି ଗ୍ରାମରେ ଶରତ ବଡଗୁଛିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ପରିବେଶ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ବିଶ୍ବ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନ ,ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ସାମାଜିକ ଓ ପରିବେଶ କର୍ମୀ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ଅଂଶଗ୍ରହଣ କରି ଜୀବ ଜଗତ ଓ ଆଗାମୀ ପିଢ଼ିର ସୁରକ୍ଷା ନିମିତ୍ତ ବୃକ୍ଷ ରୁ ନିର୍ଗତ ଅମ୍ଳଜାନ ର ଉପାଦେୟତା ଓ ଏଥି ସକାଶେ ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ର ଆବଶ୍ୟକତା ସଂପର୍କରେ ଆଲୋକପାତ କରି ପରିବେଶ ସଚେତନତା କାର୍ଯ୍ୟକ୍ରମ କୁ ଜନ ଆନ୍ଦୋଳନର ରୂପ ଦେବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ଇଚ୍ଛୁକ ଗ୍ରାମବାସୀଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇ ନିଜ ନିଜର ଘର ବାଡିରେ ରୋପଣ କରି ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା।ଠିକ୍ ସେହିପରି ମୁର୍ହାପାଲି ଗ୍ରାମରେ ପରିବେଶ ସଚେତନତା ଅଭିଯାନ ମାଧ୍ୟମରେ ଇଛୁକ ଗ୍ରାମ ବାସୀଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇ ଥିଲା।