ବାଦପୁର ଭାଗବତ ସପ୍ତାହରେ ମହନ୍ତ ସମ୍ମିଳନୀ

IMG-20260312-WA0055
Share

 

ପାତ୍ରପୁର,୧୨/୦୩/୨୬,ପାତ୍ରପୁର ବ୍ଳକ ଅନ୍ତର୍ଗତ ବାଦପୁର ଠାରେ ଭାଗବତ ସପ୍ତାହ ପାଳନ ଅବସରରେ ଗତ କାଲି କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଭାଗବତ ପାରାୟଣ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଦିବସରେ ଏକ ମହନ୍ତ ସମ୍ମିଳନୀ କରାଯାଇ ମହନ୍ତ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ସମ୍ମିଳନୀରେ ଚିକିଟି ମହନ୍ତ ଶ୍ରୀ ପ୍ରେମାନନ୍ଦ ଦାସ, ନବୀନ ଚନ୍ଦ୍ର ଦାସ, ରାମ ପ୍ରସାଦ ଦାସ , କାଞ୍ଚିଲି (ଆନ୍ଧ୍ର ପ୍ରଦେଶ) ମହନ୍ତ ଶ୍ରୀ ଜାନକୀ ରାମ ଦାସ, କୋଳିଗାଁ ମହନ୍ତ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, ପାତ୍ରପୁର ମହନ୍ତ ଶ୍ରୀ ଜୟରାମ ରାମାନୁଜ ଦାସ, ବଡ଼ବରଙ୍ଗା ମହନ୍ତ ଶ୍ରୀ ସୀତାରାମ ଦାସ, ମନ୍ଦରଡ଼ା ମହନ୍ତ ଶ୍ରୀ ରାମ କିଶୋର ଦାସ, ମୈଶାନପୁର ମହନ୍ତ ସନ୍ଥ ସନାତନ ଦାସ ଓ ତ୍ରିବିକ୍ରମ ଦାସ , ପଦାଦିଗି ମହନ୍ତ ଶ୍ରୀ ରଘୁନାଥ ଦାସ, ନୁଆପେଣ୍ଠ ମହନ୍ତ ଶ୍ରୀ ନରୋତ୍ତମ ରାମାନୁଜ ଦାସ ଉପସ୍ଥିତ ରହି ଭାଗବତ ସପ୍ତାହର ଗୁରୁତ୍ଵ ଓ ତାପ୍ତର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଭାଗବତ ଟୁଙ୍ଗୀ ପୁନଃ ଉଦ୍ଧାର ଓ ସଂରକ୍ଷଣ ସଙ୍ଘ ( ପାତ୍ରପୁର ବ୍ଳକ) ସଭାପତି ଦିବାକର ପ୍ରଧାନ ଓ ସମ୍ପାଦକ ମାଧବ ବାଡତ୍ୟା ଙ୍କୁ ମଧ୍ଯ ପଟ୍ଟବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ବ୍ରବଚକ ଜଗନ୍ନାଥ ପଣ୍ଡା (ଛତ୍ରପୁର) ଙ୍କ ଦ୍ୱାରା ରାତ୍ର ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ମୂରଲୀ ପଣ୍ଡା, ମାଧବ ପ୍ରଧାନ, ସରପଞ୍ଚ ଶଶାଙ୍କ ପାଣିଗ୍ରାହି, କୃଷ୍ଣଚନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ବିଜୟ କୁମାର ପ୍ରଧାନ, ପ୍ରଶାନ୍ତ ପଣ୍ଡା, ସଞ୍ଜୟ ପ୍ରଧାନ, ସିମାଞ୍ଚଳ ପଣ୍ଡା ଓ ବାଇଲଡୁ ପଣ୍ଡା ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।