April 28, 2026

ହଳଦିଆରେ ଜଗନ୍ନାଥ କଥାମୃତ ମହୋତ୍ସବ ଉଦଯାପିତ

IMG-20260312-WA0047
Share

 

ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ) ।

 

ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ, ବୋଧେଇ ପଞ୍ଚାୟତ ଅଧିନ, ହଳଦିଆ ଗ୍ରାମରେ ଗତ ଦଶ ତାରିଖରୁ ଆରମ୍ଭ ହୋଇଥିବା, ତ୍ରିଦିବସିୟ ଜଗନ୍ନାଥ କଥାମୃତ ମହୋତ୍ସବ ଗତ ଗୁରୁବାରଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ଓ ଶ୍ରୀଗୁରୁ ସେବକ ଗୋପାଳ ଚନ୍ଦ୍ର ଖଟୁଆ ଓ ମାହାଳି ପରିବାର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ପଞ୍ଚମବାର୍ଷିକ କାର୍ଯ୍ୟକ୍ରମ ର ଉଦଯାପନ ଉପଲକ୍ଷେ ପଣ୍ଡିତ ରବୀନ୍ଦ୍ର କୁମାର ମହାପାତ୍ର ଓ ଯୁଧିଷ୍ଠିର ସ୍ୱାଇଁ ଙ୍କ ଦ୍ୱାରା, ଜଳ୍ୟୁକାଧୀପତି ବାବା ବୈକୁଣ୍ଠନାଥ ଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଓ ଯଂଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା l ସନ୍ଧ୍ୟାଆରତୀ ପରେ ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ମହାରାଜ, ସ୍କନ୍ଧପୁରାଣ ବର୍ଣ୍ଣିତ ମହାପ୍ରଭୁ ଙ୍କ ଜନ୍ମ, ଲୀଳା, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ o ମହା ମହିମା ବିଷୟରେ ଆଧ୍ୟାତ୍ମିକ ତାତ୍ତ୍ୱିକ ଓ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରି ସାମାଜିକ ସଂସ୍କାର ପାଇଁ କହିଲେ ଯେ, ଖାଇଦେଲେ ସରିଯିବ, ପିନ୍ଧିଦେଲେ ଚିରିଯିବ ମାତ୍ର ମହାପ୍ରଭୁ ଙ୍କ କଥାମୃତ ଶୁଣିଥିଲେ, ତାହା ଇହପରକାଳ ପାଇଁ ସାଇତା ହୋଇ ରହିଥିବ l ତେଣୁ ଅସତ୍ୟ ଅନିତ୍ୟ ପଛରେ ନ ଗୋଡ଼ାଇ ଶାଶ୍ୱତ ଚିରନ୍ତନ ଓ ସନାତନ ର ସନ୍ଧାନ କରି ସୃଷ୍ଟି ଓ ସ୍ରଷ୍ଟା ଙ୍କୁ ଭଲପାଇବା ପାଇଁ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବହୁ ମଠମନ୍ଦିରର ପ୍ରତିନିଧି, ସାଧୁ ସନ୍ଥ ମହାତ୍ମା ମାନେ ମଞ୍ଚାସିନ ହୋଇ ଆଶୀର୍ବାଣୀ ପ୍ରଦାନ କରିଥିଲେ l ସଙ୍ଗୀତନିର୍ଦ୍ଦେଶକ ଅନନ୍ତ କିଶୋର ରଥ, ରଞ୍ଜିତ ପ୍ରଧାନ ଓ ସତ୍ୟାନନ୍ଦ ପାଣି ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ l ଏହି ସମସ୍ତକାର୍ଯ୍ୟକ୍ରମ କୁ ରାମାୟଣୀ ପଣ୍ଡିତ ଅଭୟ ଦାଶ,, ପୂଜକ ବିଷ୍ଣୁନାରାୟଣ ପାଢ଼ୀ , ସଂଯୁକ୍ତା ମାହାଳୀ, ହୃଷିକେଶ ମାହାଳି, ସନତ ମାହାଳି, ମୋହନ ବେହେରା, ବିରଞ୍ଚି ଦାସ, ପିତାମ୍ବର ମାଝି, ପ୍ରଦୀପ ରାଉତ, ଅନନ୍ତ ରାଉଳ, ଲିଲିପି ରାଉଳ, ଓ ଅନନ୍ତ ମଲ୍ଲ ଙ୍କ ସମେତ ସରିତା, ମନସ୍ବିନୀ, ଲେଜି, ଲକି, ବବୁଲ, ଗେହ୍ଲି, ଆରଭି , ଜଗା ଓ ସନ୍ତୋଷ କୁମାର ମହାନ୍ତି ଓ ଗ୍ରାମବାସୀମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ତେବେ ଏପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସ୍ଥାନୀୟଅଞ୍ଚଳ ରେ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା l