April 27, 2026

ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ପିଲାଙ୍କ ସ୍ନେହ ଦିବସ ପାଳନ

IMG-20260312-WA0040
Share

ଛତ୍ରପୁର, ତା.୧୨/୩/୨୬(ଅରୁଣ କୁମାର ପଣ୍ଡା )ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମପଞ୍ଚାୟତର ନୂଆପଲ୍ଲୀ ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ଏକ ନିଆରା ସ୍ନେହ, ଶ୍ରଦ୍ଧାର ସାର୍ଥକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯଶୋଦା ଫାଉଣ୍ଡେସନ୍‌ର ଟ୍ରଷ୍ଟି ଶ୍ରୀମତୀ ସାଗରୀକା ପଣ୍ଡାଙ୍କ ସୁଚିନ୍ତିତ ପରିଚାଳନାରେ 50 ରୁ ଉର୍ଦ୍ଧ ପିଲାଙ୍କ ଗହଣରେ କେକ୍ କାଟି ସଫଳତାର ସହିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ, ସାହିତ୍ୟିକ ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ,ସମାଜସେବୀ ଦେବାଶିଷ ମିଶ୍ର, ସମାଜସେବୀ ତଥା ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ପ୍ରଶାନ୍ତ ମହାରଣା ଏବଂ ସନ୍ତୋଷ ସାହୁ, ଯୋଗଦେଇ କୁନି ପିଲାମାନେ ଦେଶର ଆଗାମୀ ଭବିଷ୍ୟତ ଏବଂ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ଗୁରୁଜନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ ଶତପଥୀ, ପୁଷ୍ପା ସାହୁ ଓ ସୁଦେଷ୍ଣା ସାହୁ, ଦମୟନ୍ତୀ ସାହୁ, ରମା ସାହୁ, ମଞ୍ଜୁଳା ସାହୁ, ଲକ୍ଷ୍ମୀ ସାହୁ ଏବଂ ଆହୁରି ଅନେକ ଉପସ୍ଥିତ ରହିଥିଲେ l ଏପରି ଏକ ଭିନ୍ନ ଏବଂ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଯଶୋଦା ଫାଉଣ୍ଡେସନ୍ ଓ ବିଶେଷକରି ଟ୍ରଷ୍ଟି ସାଗରୀକା ପଣ୍ଡାଙ୍କୁ ଉପସ୍ଥିତ ବୁଦ୍ଧିଜୀବୀ, ଅଭିଭାବକ ଓ ଗ୍ରାମବାସୀଗଣ ସାଧୁବାଦ ଜଣାଇଥିଲେ l ଶେଷରେ ସୁଦେଷ୍ଣା ସାହୁ ଧନ୍ୟବାଦ ଜ୍ଞାପନ କରିଥିବାବେଳେ କାର୍ଯ୍ୟକ୍ରମ ଶେଷରେ ସମସ୍ତ ପିଲାଙ୍କୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା l