ସନ୍ଥ ବିନୋବା ଭାବେ ଙ୍କର ଆଦର୍ଶରେ ଅନୁପ୍ରାଣିତ ମହମଦ ମହସିନ ଖାନ୍। 

IMG-20240830-WA0014
Share

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ଅନ୍ତର୍ଗତ ଅରଖପଲ୍ଲୀ ନିକଟସ୍ଥ ଇଛାପୁରୁ ଗ୍ରାମରେ ମହମଦ ମହସିନ ଖାନ୍ ୧୯୩୬ ଜାନୁଆରୀ ୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ।

୧୯୫୫ ମସିହା ରେ ସର୍ବୋଦୟ ସମ୍ମିଳନୀ ରେ ଯୋଗ ଦେଇଥିଲେ,

ସେଠାରେ ସେ ସନ୍ଥ ବିନୋବା ଭାବେ,ମାଳତୀ ଦେବୀ,ରମାଦେବୀ,ଗୋପବନ୍ଧୁ ଚୌଧୁରୀ,ଆଚାର୍ଯ୍ୟ ହରିହର ଦାସ,କୃପାସିନ୍ଧୁ ହୋତା,ଓଡ଼ିଶାର ଦୂତୀଆ ଗାନ୍ଧୀ ବିଶ୍ଵନାଥ ପଟ୍ଟନାୟକ, ମହମ୍ମଦ ବାଜି, ଙ୍କ ସଂସ୍ପର୍ଷ ରେ ଆସିଥିଲେ।

୧୯୫୫ ମସିହା ଠାରୁ ସେ ଗରିବ ଦୁଃଖୀ ରଙ୍କି ଙ୍କ ର ସେବା କରି ଆସୁଛନ୍ତି,ଏପରିକି ସେ ଯାତିପ୍ରଥା ଉପରେ ବିଶ୍ୱାସ କରନ୍ତି ନାହିଁ। ସେହି ସମୟରେ ଥିବା ଦଳିତ ମାନେ ସବର୍ଣ ସାହି ରେ ଥିବା କୂଅ ରୁ ପାଣି ନେଇପରୁ ନ ଥିଲେ,ଗ୍ରାମବାସୀ ମାନଙ୍କୁ ଏବଂ ସର୍ବୋଦୟ କର୍ମୀ ମାନଙ୍କୁ ଡକାଇ ଏହି ସମସ୍ୟା ର ସମାଧାନ କରିଥିଲେ।

ଗରିବ ଯୁବକ ମାନଙ୍କୁ ରୋଜଗାର ସକ୍ଷମ କରିବା।ଅସହାୟ ଙ୍କୁ ସାହାଯ୍ୟ କରିବା।ଗରିବ ଝିଅ ମାନଙ୍କୁ କନ୍ୟାଦାନ କରିବା।ଗ୍ରାମ ମାନଙ୍କରେ ମନ୍ଦିର ମସଜିଦ କରିବା।ଏହି ଭଳି ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ କରି ଆସିଛନ୍ତି,ବର୍ତ୍ତମାନ ସୁଦ୍ଧା ୯୧ବର୍ଷ ରେ ହୋଇଥିଲେ ମଧ୍ଯ ସମାଜରେ କିପରି କଳୁଷିତ ଜାତିପ୍ରଥା,ଅନ୍ଧବିଶ୍ୱାସକୁ ଦୂରକରିବା ସହିତ ଏବଂ ବିଭିନ୍ନ ପ୍ରକାର ର ଉନ୍ନତି ମୁଳକ କାର୍ଯ୍ୟ କରିବା ପାଇଁ ଆଗ୍ରହ ରଖିଛନ୍ତି। ମୋଟାମୋଟି କହିବାକୁ ଗଲେ ମହମଦ ମହସିନ ଖାନ୍ ଏକାଧାରରେ ଜଣେ ଦେଶ ସେବକ, ଭୂଦାନ କର୍ମୀ, ସମାଜସେବୀ ଅଟନ୍ତି। ଏପରିକି ପୁରୀ ଓ ଜଟଣୀ ରେ ମିଳିଥିବା ଛ ଏକରଜମି ଗରିବ ଲୋକ ମାନଙ୍କୁ ଦାନ କରି ଦେଇଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed