April 30, 2026

ଉମରକୋଟ ରେ ଜାତୀୟ କ୍ରୀଡା ଦିବସ ପାଳିତ………

IMG-20240830-WA0002
Share

      ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ବଲ୍ ବେଡ ମିଣ୍ଟନ୍ ସଂଘ ଓ ଜିଲ୍ଲା ଭାର ଉତ୍ତୋଳନ ସଂଘ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ଅବରସ ରେ ଏକ ମିନି ମାରାଥନ ର ଆୟାଜନ କରାଯାଇଥିଲା । ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ରୁ ଏହି ମାରାଥନ ବାହାରି ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ପହଞ୍ଚିଥିଲା । ପରେ ଇଣ୍ଡୋର ଷ୍ଟାଡିୟମ୍ ରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା ଓ ଜିଲ୍ଲା କ୍ରୀଡ଼ା ସଙ୍ଘର ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ଯୋଗ ଦେଇ ମାରାଥନ ରେ ଭାଗ ନେଇ କୃତି ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କୃତିତ୍ବ ହାସଲ କରିଥିବା କ୍ରୀଡାବିତ୍ ମାନେ ହେଲେ ଜୁନିୟର ବର୍ଗ ବାଳିକା ବିଭାଗରେ ପ୍ରଥମ ସ୍ଥାନରେ ମଞ୍ଜିତା କଲାର, ଦ୍ୱିତୀୟ ସ୍ଥାନରେ ହରପ୍ରିୟା ନୟକ, ତୃତୀୟ ସ୍ଥାନରେ ଲଷ୍ମୀପ୍ରିୟା ନାୟକ ରହିଥିଲେ ସେହିଭଳି ଜୁନିୟର ବାଳକ ବର୍ଗରେ ପ୍ରଥମ ସ୍ଥାନରେ ରାଘବ ଭାଟ, ଦ୍ୱିତୀୟ ସ୍ଥାନରେ ଧରମ ଭତ୍ରା, ତୃତୀୟ ସ୍ଥାନରେ ଆନନ୍ଦ ଶାନ୍ତା, ସିନିୟର ବାଳିକା ବିଭାଗରେ ପ୍ରଥମ ସ୍ଥାନରେ ମାନାଇ ଭତ୍ରା, ଦ୍ୱିତୀୟ ସ୍ଥାନରେ ପଦ୍ମାବତୀ ଭତ୍ରା, ତୃତୀୟ ସ୍ଥାନରେ ନମିତା ନାୟକ ରହିଥିବା ବେଳେ ସିନୟର ବାଳକ ବର୍ଗରେ ପ୍ରଥମ. ସ୍ଥାନରେ ଧାକଲ ସିଂ ଗଣ୍ଡ, ଦ୍ୱିତୀୟ ସ୍ଥାନରେ ଶିବ ପୂଜାରୀ, ତୁତୀୟ ସ୍ଥାନରେ ପ୍ରଶାନ୍ତ ଭତ୍ରା ରହିଛନ୍ତି। ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ସପନ ବୈରାଗୀ ଓ ଏମ ବିଜୟ କୁମାର ପରିଚାଳନା କରିଥିଲେ।

You may have missed