April 29, 2026

ପାରଳାଖେମୁଣ୍ଡି ଉପ-କରାଗାର ପରିସରରେ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20230830-WA0021
Share

ପାରଳାଖେମୁଣ୍ଡି ଉପ-କରାଗାର ପରିସରରେ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୩୦/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ପୂର୍ବାହ୍ନରେ ସ୍ଥାନୀୟ ଉପ-କାରାଗାରରେ ପ୍ରଗତି ଆନୁକୁଲ୍ୟରେ ଏକ ଆକର୍ଷଣୀୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ଗହଣରେ ଆୟୋଜନ କରାଯାଇଛି। ଉପ-କାରାଗାରର ଅଧ୍ୟକ୍ଷ ହନୁ ସେଠୀ, ଉପାଧ୍ୟକ୍ଷ ପ୍ରଭାତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ତନୁଜା ଶତପଥୀ, ମୁଖ୍ୟଅତିଥି ବିଚିତ୍ରାନନ୍ଦ ବେବର୍ତ୍ତା,ମୁଖ୍ୟ ବକ୍ତା ନରସିଂହ ଗୌଡ଼,ସ୍ଵତନ୍ତ୍ର ଅତିଥି ଲିଙ୍ଗରାଜ ପାଣିଗ୍ରାହୀ,ମାନସୀ ପଣ୍ଡା, ବିଶିଷ୍ଟ ଅତିଥି ଭାଗବତ ପାଢ଼ୀ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀ ର ପବିତ୍ର ସମ୍ପର୍କ ଏବଂ ନାରୀ ସଶକ୍ତିକରଣର ସାମାଜିକ କର୍ତ୍ତବ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବ୍ୟକ୍ତ କରିଥିଲେ। ପାୟଲ ପାତ୍ର,ରାଜେଶ୍ୱରୀ ସ୍ୱାଇଁ, ଶୁଭଶ୍ରୀ ସାହୁ,ରାଧାରାଣୀ ଗୌଡ଼ ପ୍ରଭୃତି ଯୋଗଦାନ କରି ରକ୍ଷାବନ୍ଧନ ର ତାତ୍ବିକ ଆଲୋଚନା କରିଥିଲେ। ଏହି ଅବସରରେ ଅନ୍ତ୍ୟେବାସୀ ଙ୍କ ଦ୍ଵାରା ବକୃତା,ପ୍ରବନ୍ଧ,କଣ୍ଠ ସଙ୍ଗୀତ, ଏକକ ଅଭିନୟ, ଝୋଟୀ, ହୁଳହୁଳି, ପ୍ରଭୃତି ପ୍ରତିଯୋଗିତା ହୋଇଥିଲା ଯେଉଁମାନେ ବିଜୟ ହାସଲ କଲେ ସେମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ରାକ୍ଷୀ ବନ୍ଧନ ସହ ମିଷ୍ଟାନ୍ନ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କାରାଗାରର ସମସ୍ତ କର୍ମଚାରୀ, ଅ6ନ୍ତବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସମ୍ପାଦିକା ତନୁଜା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।

You may have missed