April 19, 2025
Share

*ଖବର ଆଜିର*
ତାରିଖ ୩୦/୦୮/୨୦୨୩ ବୁଧବାର ।

ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି । ସବସିଡିକୁ କ୍ୟାବିନେଟର ମଞ୍ଜୁରୀ । ଉଜ୍ୱଳା ହିତାଧିକାରୀ ହେବେ ଉପକୃତ ।

ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆଣିଛନ୍ତି ଏକ ସ୍ପର୍ଶକାତର ଅଭିଯୋଗ। ସେ ଦଳିତ ହୋଇଥିବାରୁ  ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ନିର୍ଯାତନା ଓ ଧମକର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।

ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।

ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳୁନି ଆଶ୍ୱସ୍ତି । ତୋଷଖାନ୍ନା ମାମଲାରେ ଜାମିନ ପାଇବାର କିଛି ଘଂଟା ପରେ ପୁଣି ଥରେ ଗିରଫ ହେଲେ ଇମ୍ରାନ ।

କୋଟା ଆତ୍ମହତ୍ୟା ରୋକିବାକୁ ଆକ୍ସନ ପ୍ଲାନ । ଛାତ୍ରଛାତ୍ରୀଙ୍କ ଉପରୁ ପାଠ ଚାପ କମ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କଲେ ବ୍ଲୁପ୍ରିଂଟ ।

ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଲା ଚୀନ ।

ଚର୍ଚ୍ଚାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବୟାନ । କହିଲେ, ମୁମ୍ବାଇ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତଂଟିରେ ବସିବୁ, ହାତରୁ ଛଡାଇ ନେବୁ ଶାସନ ।

ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ।

‘କେବେ ସୁଦ୍ଧା ରାଜ୍ୟପାହ୍ୟା ଫେରି ପାଇବ ଜମ୍ମୁ-କାଶ୍ମୀର?’: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ ।

ଖାଡ଼ା ଉପାସ ରହିଲେ ଲିଙ୍ଗରାଜ: ହେଲାନି ପବିତ୍ରାରୋପଣ, ଆଜି ସ୍ବାଭାବିକ ହେବ ନୀତି ।

ରୁଷିଆ ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ, ମୁହଁତୋଡ ଜବାବ ଦେଲେ ରୁଷିଆ ସୈନିକ ।

କିକ୍ ବକ୍ସିଂରେ ସ୍ୱର୍ଣ୍ଣପଦକ ପାଇଲେ ଜ୍ୟୋତ୍ସ୍ନାରାଣୀ, ଜାତୀୟ ସ୍ତରକୁ ଉନ୍ନୀତ ।

୫ ମାସ ପରେ ପୁନଃ ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରରେ ବାଲି କଢା କାର୍ଯ୍ୟ, ଗର୍ଭଗୃହରୁ ଖୁବ ଶୀଘ୍ର ବାହାରିବ ବାଲି ,୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ର ଗର୍ଭଗୃହର ପ୍ରବେଶ ପଥ ।

ଟେକ୍ନିକାଲ ଟେକ୍ସଟାଇଲରେ ଷ୍ଟାର୍ଟଅପଙ୍କୁ ୫୦ ଲକ୍ଷର ଅନୁଦାନ ଦେବେ ସରକାର, ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ।

ମୁକୁଳିଲେ ପ୍ରଫୁଲ ସାମନ୍ତରା; ହାତମୁହଁ ବାନ୍ଧି ହୋଟେଲରୁ ଉଠାଇ ନେଇଥିଲେ ।

ସୁପ୍ରଭାତ ,ଶୁଭ ସକାଳ ।