April 29, 2026

ଆନ୍ତର୍ଜାତୀୟ ମହିଳା ଦିବସରେ ସଂପର୍କ” ପକ୍ଷରୁ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ନିଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ

IMG-20260307-WA0032
Share

 

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀକୁ ସାଧାରଣ ଲୋକଙ୍କ ପହଞ୍ଚରେ ଆଣିବା ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ସଂଗଠନ “ସମ୍ପର୍କ” ପକ୍ଷରୁ ଏକ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରସୂତି ତନ୍ତ୍ର ଓ ସ୍ତ୍ରୀରୋଗ ବିଭାଗର ସହଯୋଗରେ ଆୟୋଜିତ ଏହି ଶିବିର ସଫଳତାର ସହିତ ସମାପ୍ତ ହୋଇଛି। ଶିବିରରେ ମହିଳାମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯଥା ସ୍ତ୍ରୀରୋଗ, ସନ୍ଧି ଓ ସ୍ନାୟୁ ଯନ୍ତ୍ରଣା, ତ୍ୱଚା ସମସ୍ୟା, ପାଚନ ତନ୍ତ୍ର ସମସ୍ୟା, ରକ୍ତଚାପ ଓ ମଧୁମେହ ସମେତ ବିଭିନ୍ନ ରୋଗ ପାଇଁ ଆୟୁର୍ବେଦିକ ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇଥିଲା। ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକ ପ୍ରଫେସର ସୁଦେଶ୍ନା ମେହେର,ଡା. ମନ୍ଶିଯୁଷ୍ରୀ ସାହୁ, ଡା. ଜସ୍ମିତା ପ୍ରିୟଦର୍ଶିନୀ ଓ ଡା. ଶିବାନୀ ଦାସ ଯୋଗଦେଇ ରୋଗୀମାନଙ୍କର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ୧୫୦ରୁ ଅଧିକ ମହିଳାଉପକୃତ ହୋଇଥିବା ଜଣାପଡ଼ିଛି।ଏହି ଅବସରରେ “ସମ୍ପର୍କ” ର ସାଧାରଣ ସମ୍ପାଦକ *ସୌମେନ୍ଦ୍ର ଦାସ କହିଥିଲେ ଯେ, ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ପ୍ରତି ଲୋକମାନଙ୍କର ଆସ୍ଥା ବଢ଼ାଇବା ପାଇଁ “ସମ୍ପର୍କ” ପକ୍ଷରୁ ସମୟୋପଯୋଗୀ ଭାବରେ ଏପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଲୋକମାନଙ୍କୁ ସହଜ ଓ ସୁଲଭ ଭାବରେ ଚିକିତ୍ସା ସେବା ପହଞ୍ଚାଇବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁର୍ବେଦ ଭାରତର ପ୍ରାଚୀନ ଓ ପ୍ରମାଣିତ ଚିକିତ୍ସା ପଦ୍ଧତି ଭାବେ ଆଜିମଧ୍ୟ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସଙ୍ଗିକ ବୋଲି ଉଲ୍ଲେଖ କରିଥିଲେ। ଏପରି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନେ ଆୟୁର୍ବେଦିକ ଚିକିତ୍ସା ସେବାର ଲାଭ ଉଠାଇପାରୁଥିବା ସହ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଉଥିବା କଥା ସେ କହିଥିଲେ।ଶିବିରର ଉଦଘାଟକ ଭାବେ ସିଡିପିଓ ବିନୋଦିନୀ ତ୍ରିପାଠୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଜାଲିନ ମିଶ୍ର, ରଞ୍ଜିତା ପାଢ଼ୀ, ସରକାରୀ ଅଧିବକ୍ତା ସ୍ୱଦେଶ୍ନା ପଣ୍ଡା ଓ ଡା. ସୋନାଲିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଶିବିରର ସଫଳ ଆୟୋଜନରେ “ସମ୍ପର୍କ” ସଂଗଠନର ଶୁଭ ପ୍ରସାଦ ଶର୍ମା, କୁନା ବାରିକ, ଡା. ସ୍ୱେତାଞ୍ଜଳି ବେହେରା, ଡା. ସ୍ୱେତପ୍ରଭା ପଣ୍ଡା,ଡା. ଦୀପ୍ତିମୟୀ ନାୟକ,ଡା. ଶ୍ରୁତି ସୁଧାକର ବାଗୁଲ, ଡା. ଯୁଗ୍ମଜ୍ୟୋତି ରାୟ,ଡା ନନ୍ଦିଘୋଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed